ବଦଳିଲେ ପୁଲିସ କମିଶନର,ନୂଆ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଭୁବନେଶ୍ୱର,(ବସୁନ୍ଧରା) : ବରିଷ୍ଠ ଆଇପିଏସ ସ୍ତରରେ ଆଜି ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବଦଳିଗଲେ ଭୁବନେଶ୍ୱର-କଟକ ପୋଲିସ କମିଶନର । ନୂଆ ପୋଲିସ କମିଶନର ହୋଇଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ୧୯୯୫ ବ୍ୟାଚ୍ ବରିଷ୍ଠ ଆଇପିଏସ ସୌମେନ୍ଦ୍ର ପ୍ରୟିଦର୍ଶୀ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି ।

ସେହିପରି ଅଗ୍ନିଶମ ଡିଜି ହୋଇଛନ୍ତି ଏମ୍ ଅକ୍ଷୟ । ୧୯୮୮ ବ୍ୟାଚ୍ ଆଇପିଏସ ଏମ.ଅକ୍ଷୟ । ସେହିପରି ସୁଧାଂଶୁ ଷଡଙ୍ଗୀଙ୍କୁ ପୋଲିସ ଗୃହ ନିର୍ମାଣର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ୧୯୯୦ ବ୍ୟାଚର ଆଇପିଏସ ସୁଧାଂଶୁ ଷଡଙ୍ଗୀଙ୍କ ଜାଗାରେ ସୌମେନ୍ଦ୍ରଙ୍କୁ ଦାୟିତ୍ୱ ମିଳିଛି ।

Leave A Reply

Your email address will not be published.

thirteen + 18 =