ଭୁବନେଶ୍ୱର,(ବସୁନ୍ଧରା):ରବିବାର କୋଲକାତାର ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପଶ୍ଚିମବଙ୍ଗ ଅଭିଯାନ ରାଲି ଶୁଭାରମ୍ଭ ହେବ, ଶୋବିଜ ଷ୍ଟାର ପାୱାରର ସହ ଏକ ଡବଲ ଇଞ୍ଜିନ ଏବେ ଗଡିବାକୁ ଯାଉଛି ଯେଉଁଥିରେ TMC ପାର୍ଟିର ଟିକେଟ୍ ହରାଇଥିବା ୨୮ ବିଧାୟକଙ୍କ ସମ୍ଭାବ୍ୟ ଉପସ୍ଥିତି ସହ ଅଭିନେତା ଅକ୍ଷୟ କୁମାର ଏବଂ ବଲିଉଡର ଭେଟେରାନ ମିଥୁନ ଚକ୍ରବର୍ତ୍ତୀ କେନ୍ଦ୍ରୀୟ କୋଲକାତା ସ୍ଥାନରେ ଆଶା କରାଯାଉଛି।
ମୋଦୀଙ୍କ ରାଲିର ପୂର୍ବ ଦିନ TMC ବେଙ୍ଗଲ ପୋଲ ପ୍ରାର୍ଥୀଙ୍କ ସମ୍ପୂର୍ଣ୍ଣ ତାଲିକା ଘୋଷଣା ଉତ୍ସାହ ଜନକ ଥିଲା ଓ ପୂର୍ବତନ ରେଳମନ୍ତ୍ରୀ ତଥା ତୃଣମୂଳ ରାଜ୍ୟସଭା ସାଂସଦ ଦୀନେଶ ତ୍ରିବେଦୀ ଆନୁଷ୍ଠାନିକ ଭାବେ ଦିଲ୍ଲୀରେ ବିଜେପିରେ ଯୋଗ ଦେଇଥିଲେ ଏବଂ ଦଳର ସଭାପତି ଜେପି ନାଡାଙ୍କ ଉପସ୍ଥିତିରେ ବିଜେପି ସହ ହାତ ମିଶାଇ ଥିଲେ।
ଡେପୁଟି ସ୍ପିକର ତଥା ସତଗାଛିଆ ବିଧାୟକ ସୋନାଲି ଗୁହା ଏବଂ ଶିବପୁରର ବିଧାୟକ ତୃଣମୂଳ ଭେଟେରାନ ଜୋଟୋ ଲାହିରି ମଧ୍ୟ ମମତା ବାନାର୍ଜୀଙ୍କ ଦଳ ଛାଡିବା କଥା କହି ସାରିଛନ୍ତି। ଏଣୁ ମୋଦୀଙ୍କ ରୋଡ ସୋ ରେ ଏମାନେ ମଧ୍ୟ ଦେଖା ଦେଇ ପାରନ୍ତି ।
ବିଶେଷ ସୂତ୍ରରୁ ପ୍ରକାଶ ଯେ କ୍ରିକେଟର ସୌରଭ ଗାଙ୍ଗୁଲି ମଧ୍ୟ ରୋଡ ସୋ ରେ ଭାଗ ନେଇପାରନ୍ତି, ଯଦିଓ କିଛି ଦିନତଳେ ସେ କହିଥିଲେ ଯେ ସେ ରାଜନୈତିକ ପ୍ରଶ୍ନ ଉତ୍ତର ରଖିବା ଅପେକ୍ଷା ଜଣେ ଖେଳାଳି ହିସାବରେ ରହିବାକୁ ପସନ୍ଦ କରନ୍ତି ।
ପ୍ରସିଦ୍ଧ ବଙ୍ଗଳା ଅଭେନେତା ପ୍ରସେନଜିତ୍ ବ୍ରିଗେଡ ପ୍ୟାରେଡ ରାଲି ନେଇ କୌଣସି ସ୍ପଷ୍ଟ ମତ ରଖିନାହାନ୍ତି । ତେବେ ତାଙ୍କୁ ନେତାଜୀ ସୁଭାଷ ବୋଷଙ୍କ ୧୨୫ ତମ ଜୟନ୍ତୀ ଅବସରରେ ମୋଦୀଙ୍କ ସହ ଦେଖା ଯାଇଥିଲା ।
ମିଥୁନ ତାଙ୍କ ଓକିଲ ଆଡଭୋକେଟ୍ ବିମନ୍ ସରକାରଙ୍କ ଦ୍ଵାରା କହିଛନ୍ତି ଯେ ସେ ବ୍ରିଗେଡ୍ ବୈଠକରେ ବିଜେପି ପତାକା ଗ୍ରହଣ କରିବେ। ମିଥୁନ୍ ଚକ୍ରବର୍ତ୍ତୀ ୨୦୧୫ ପର୍ଯ୍ୟନ୍ତ TMC ରାଜ୍ୟସଭା ସାଂସଦ ଥିଲେ।
ବିଭିନ୍ନ ଜିଲ୍ଲାରୁ ବିଜେପି ସମର୍ଥକମାନେ କୋଲକାତାରେ ଏକାଠି ହେବା ଆରମ୍ଭ କରିଛନ୍ତି। ବଙ୍ଗଳା ବିଜେପି ସଭାପତି ଦିଲୀପ ଘୋଷ ଏବଂ ରାଜ୍ୟ ପ୍ରଭାରୀ କୈଲାଶ ବିଜୟଭର୍ଗିଆ ଶନିବାର ଦିନ ସଭାସ୍ଥଳକୁ ଯାଇ ଏହାର ତଦାରଖ କରିଥିଲେ।
Sign in
Sign in
Recover your password.
A password will be e-mailed to you.