ଶିବରାତ୍ରୀରେ ରାତି ୧୦ଟାରେ ମହାଦୀପ ଉଠିବ।

ଭୁବନେଶ୍ୱର,(ବସୁନ୍ଧରା): ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରେ ଶିବରାତ୍ରୀ ପାଇଁ ସେବାୟତ ନିଯୋଗ ଓ ପୋଲିସ ପ୍ରଶାସନ ମଧ୍ୟରେ ବୈଠକ ସରିଛି । ମାର୍ଚ୍ଚ ୧୧ ତାରିଖ ରାତି ୧୦ଟାରେ ମହାଦୀପ ଉଠିବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ଜିଲ୍ଲା, ବିଏମସି, ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ମିଳିତ ନିଷ୍ପତ୍ତି ନିଆଯାଇଛି ।

ଏବର୍ଷ କୋଭିଡ୍ କଟକଣା ମାନି ଭକ୍ତମାନେ ଦୀପ ଜାଳିବେ । ଜାଗର ଦୀପ ଜାଳିବା ପାଇଁ ଶ୍ରଦ୍ଧାଳୁ ଏକତ୍ର ବସିପାରିବେ ନାହିଁ । ରାତି ୧୦ଟାରେ ମହାଦୀପ ଉଠିବ । ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁ କିପରି ବାହାରକୁ ଯିବେ, ସେନେଇ ଧ୍ୟାନ ଦିଆଯିବ । ଶ୍ରଦ୍ଧାଳୁ ଦୀପ ଜାଳିବା ବେଳେ ଏକାଠି ରୁଣ୍ଡ ନହେବାକୁ ଗୁରୁତ୍ୱ ଦିଆଯିବ । ଏନେଇ ପୋଲିସ ଫୋର୍ସ ମୁତୟନ ସହ ଟ୍ରାଫିକ୍ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି ।

Leave A Reply

Your email address will not be published.