ପୂଜା ଭୋଗ ଖାଇ ୧୫୦ ଜଣ ଅସୁସ୍ଥ।

ବାଲେଶ୍ୱର,(ବସୁନ୍ଧରା): ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ ଅନ୍ତର୍ଗତ ଗିଲାଯୋଡ଼ି ଗାଁରେ ଏକ ଅଘଟଣ ଘଟିଛି । ଗ୍ରାମର ଜେନାସାହିରେ ପୂଜା ଭୋଗ ଖାଇ ୧୫୦ ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତ ଅସୁସ୍ଥଙ୍କୁ ବାଲେଶ୍ୱର, ପାଉଁଶକୁଲି ଓ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ରହିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଜେନାସାହିରେ ମା’ ଭଗବତୀ ଠାକୁରାଣୀଙ୍କ ପୂଜା ଅନୁଷ୍ଠିତ ହୋଇଥିଲା । ମା’ଙ୍କ ପ୍ରସାଦ ସେବନ କରିବାର ୩-୪ ଘଣ୍ଟା ପରେ ଅଧିକାଂଶ ଝାଡ଼ବାନ୍ତିର ଶିକାର ହୋଇଥିଲେ । ଅସୁସ୍ଥଙ୍କ ମଧ୍ୟରୁ ୭୦ ଜଣ ଛୋଟ ପିଲା ଅସୁସ୍ଥ ଥିବା ଜଣାପଡ଼ିଛି । ଅସୁସ୍ଥଙ୍କୁ ୧୦ଟି ଆମ୍ବୁଲାନ୍ସରେ ମେଡିକାଲକୁ ପଠାଯାଇଥିଲା । ଫୁଡ୍ ପଏଜନିଂ କାରଣରୁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.