ପଥର୍ଲା ଗାଁ ମଝି ଚାରିଛକ ରାସ୍ତାଉପରେ ପାଦେପାଣି ।

କଳାହାଣ୍ଡି,(ବସୁନ୍ଧରା):କଳାହାଣ୍ଡି ଜିଲ୍ଲା କେସିଙ୍ଗାଵ୍ଳକ ଅନ୍ତର୍ଗତ ପରଲସିଙ୍ଗା ଗ୍ରାମପଞ୍ଚାୟତ ଭମରମାଲ ପଥର୍ଲା ଗାଁ ମଝି ଚାରିଛକ ରାସ୍ତାଉପରେ ଥିବା ନଳକୂପରେ ସମୁଖରେ ଦେଖିବାକୁ ମିଳୁଛି ପାଦେ ପାଣି । ଏହି ନଲକୁପରୁ ବ୍ୟବହାର ପାଣି ହେଉଛି ବିସାକ୍ତ ପରି ଅନେକ ଲୋକଙ୍କ ଜିବନରେ ବାଧକ ସାଜିଛି ଗ୍ରିନପାଣି ।

ନଲରୁ ପାଣି ନିସ୍କାସନ ପାଇଁ ଡ୍ରେନସୁବିଧା ନଥିବାକାରଣରୁ ପଥର୍ଲା ଗାଁ ମଝି ରାସ୍ତାରେ ଉପରେ ଦିର୍ଘଦିନ ଧରି ଜମି ଜମିରହିଛି ପାଣି । ଜମିରହିଥିବା ପାଣିରେ ପୋକ ଲାଗିବା ସହିତ ଦୁର୍ଗନ୍ଧ ହେଉଥିବାର ଦେଖିବାକୁ ମିଳୁଛି ଗାଁ ଦାଣ୍ଡରେ ।

ଅନେକ ଅଞ୍ଚଳରୁ ଯାତାୟତ କରୁଥିବା ଲୋକତଥା ଵସ୍ତିବାସିନ୍ଧାକୁ ମୁଣ୍ଡବିନ୍ଧାର କାରଣ ସାଜିଛି ଗ୍ରୀନପାଣି ।

ଏହିବିଷୟରେ ଗ୍ରାମବାସୀ ସ୍ଥାନିୟ ପରଲସିଙ୍ଗା ସରପଞ୍ଚ ତଥା ଗୋଷ୍ଟିଉନ୍ନୟନ ଅଧିକାରୀ କେସିଙ୍ଗାକୁ ଅଭିଯୋଗ କରିଥିଲେମଧ୍ୟ କୌଣସି ସୁଫଲମିଲିନଥିବା ଗ୍ରାମବାସୀ କହିଛନ୍ତି । ତେଣୁ ଗ୍ରାମବାସି ଜିଲ୍ଲାପ୍ରଶାସନ ପାଖରେ ଯେତେ ନେହୁରାହୋଇଥିଲେ ମଧ୍ୟ ଜିଲ୍ଲାପ୍ରଶାସନର ଦୃଷ୍ଟିପଡୁନଥିବାରୁ ଗ୍ରାମର ସତାଧିକ ମହିଲା ଓ ପରୁଷ ଉପସ୍ଥିତରହି ଗଣମାଧ୍ୟମ ଆଗରେ ନିବେଦନ ରଖିବା ସହିତ ସରକାରଙ୍କ ଦୃଷ୍ଟିଆକର୍ଷଣ ଦାବିକରିଥିଲେ ।

କଲାହାଣ୍ଡିରୁ ନୃପରାଜ ସାହୁଙ୍କ ରିପୋର୍ଟ ବସୁନ୍ଧରା ନିୟୁଜ ।

Leave A Reply

Your email address will not be published.