କାହିଁକି କରିବି ଆଶା ।

ଭଦ୍ରକ,(ବସୁନ୍ଧରା):ଜୀଇଁବାର ଯଦି ଅଛି ଏକୁଟିଆ
କାହିଁକି କରିବି ଆଶା ;
ମନ ମୌସୁମୀ ପ୍ରିତର ମୋହରେ
କାହିଁକି ତୋଳିବି ବସା ।

ବସା ଭାଙ୍ଗି ଯିବ ଝଡ ଆସିଗଲେ
ଏକଥା ପାରିଛି ଜାଣି ;
କାଠି କୁଟା ସବୁ ତୋଳି ସାଇତିଛି
ସଜାଗ ରହି ମୁଁ ପୁଣି ।

ସତରେ ସମୟ ବଡ ବଳବାନ୍
ସଭିଙ୍କୁ ପାରେ ସେ ଠକି ;
ପଶାପାଲି ଭଳି ଗୋଟିଏ କ୍ଷଣରେ
ସମ୍ପର୍କକୁ ଦିଏ ବିକି ।

ହାରିବା ଜିତିବା ହସିବା କାନ୍ଦିବା
ସଂସାରର ରୀତିନୀତି ;
ନିଜ କର୍ମ ଫଳ ଭୋଗିବାକୁ ହୁଏ
ପାଞ୍ଚିଲେ ଅନ୍ୟର କ୍ଷତି ।

ଭରସା କରିଣ କାହାକୁ ଜୀବନେ
ନିଜ କର୍ମ ଭୁଲ ନାହିଁ ;
ଅନ୍ୟ ଭରଷାରେ ରହିବା ଲୋକଟି
ସଦା ଦୁଃଖ ଭୋଗୁଥାଇ ।

ସେଥିପାଇଁ କହେ କାହାଠୁ ଜୀବନେ
ରଖ ନାହିଁ କିଛି ଆଶା ;
ଆଶା ଭାଙ୍ଗିଗଲେ ସମାଜ ଆଗରେ
ହୋଇଯିବା ଲୋକ ହସା ।

କର୍ମ କରିଚାଲ ସ୍ବାର୍ଥ ହୀନ ହୋଇ
ମିଳିବ ଉଚିତ ଫଳ ;
ପର ଭରଷାରେ କର୍ମ କୋଢୀ ହେଲେ
ଭବିଷ୍ୟ ଖେଳିବ ଖେଳ।

କବି:-ଶ୍ରୀ ସର୍ବେଶ୍ବର ସାହୁ।

🇮🇳ଧାମନଗର-ଭଦ୍ରକ-ଓଡିଶା🇮🇳

Leave A Reply

Your email address will not be published.