ଗୋଲାମୁଣ୍ଡା ରୁ କେଗାଁ ପୂର୍ତ୍ତ ବିଭାଗ ରାସ୍ତା ଅବସ୍ଥା ଶୋଚନୀୟ, ବିଭାଗୀୟ କର୍ମଚାରୀଙ୍କ ନଜର ପଡିବ କେବେ?

କଳାହାଣ୍ଡି,(ବସୁନ୍ଧରା):କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରୁ କେଗାଁ ଆସୁଥିବ ରାସ୍ତା ଉପରେ ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ନଜର ପଡିବ କେବେ? ପ୍ରାପ୍ତ ସୂଚନାରୁ ଜଣାପଡିଛି ସାନଚେରଗାଁ ଓ କେଗାଁ ରାସ୍ତା ମଝିରେ ଏକ ନାଳ ପ୍ରବାହିତ ହେଉଛି । ଏହି ନାଳ ପାଖରେ ରାସ୍ତା ପାର୍ଶ୍ୱରେ ଘାଇ ସୃଷ୍ଟି ହୋଇ ଏକ ଗଭୀର ଗାତ ହୋଇଛି ।

ଗତ କିଛିଦିନ ତଳେ ମାନଝରୀ ଗ୍ରାମର ଗଜାନନ ଆଗରିଆ ନାମକ ଜଣେ ବ୍ୟକ୍ତି ସନ୍ଧ୍ୟା ୭ଟା ସମୟରେ ବାଇକ ଯୋଗେ ଆସୁଥିଲେ । ଗାତ ପାଖରେ ଗୋଟିଏ ବଡ଼ ଗାଡିକୁ ସାଇଡ ଦେଉଥିବା ସମୟରେ ଉଭୟ ଗାଡିର ଆଲୁଅରେ ରାସ୍ତାର ଗାତକୁ ଦେଖି ନ ପାରି ଗାତ ଭିତରେ ପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଭାଗ୍ୟ ବଶତଃ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତୀଗଲେ । ଯଦି ଘଟଣା ସ୍ଥଳରେ ମୃତ୍ୟୁ ହୋଇଥାନ୍ତା ପୂର୍ତ୍ତ ବିଭାଗ ଦାୟୀ ରହିଥାନ୍ତା କି? ଏହାକୁ ଦୃଷ୍ଟିରେ ରଖି ବିଭାଗୀୟ କର୍ମଚାରୀ ମରାମତି କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି

ଗୋଲାମୁଣ୍ଡାରୁ ଈଶ୍ୱର ପୁଟେଲଙ୍କ ରିପୋର୍ଟ।

Leave A Reply

Your email address will not be published.