ମଦ ଦୋକାନର ଲାଇସେନ୍ସ ଲଟେରୀ ମାଧ୍ୟମରେ ମିଳିବ।

ଭୁବନେଶ୍ୱର,(ବସୁନ୍ଧରା):ଏବେ ମଦ ଦୋକାନ ର ଲାଇସେନ୍ସ ଲଟେରୀ ମାଧ୍ୟମରେ ମିଳିବ। ପୁରୁଣା ଲାଇସେନ୍ସ ର ନବୀକରଣ ହେବ ନାହିଁ । ଏ ନେଇ ନୂଆ ନିର୍ଦ୍ଦେଶାନାମା ଜାରି କରିଛି ଅବକାରୀ ବିଭାଗ । ତେବେ ଏହି ନୂଆ ନିର୍ଦ୍ଦେଶାନାମ ଦ୍ୱାରା ଏବେ ମଦ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି।
ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶାନାମା ଅନୁସାରେ , ଲଟେରୀ ମାଧ୍ୟମରେ ଲାଇସେନ୍ସ ପାଇବା ପରେ ଏହାର ବୈଧତା ୫ ବର୍ଷ ରହିବ। ତେବେ ନୂଆ ନିୟମ ଆସିବା ପରେ ପୁରୁଣା ବ୍ୟବସାୟୀଙ୍କ ଲାଇସେନ୍ସ ରଦ୍ଦ ହେବ। ନୂଆ ଲାଇସେନ୍ସ ପାଇବାକୁ ହେଲେ ଲଟେରି ପ୍ରକ୍ରିୟାରେ ସାମିଲ ହେବାକୁ ପଡ଼ିବ।

Leave A Reply

Your email address will not be published.