ସମୟର ସ୍ରୋତ।

ଭଦ୍ରକ,(ବସୁନ୍ଧରା): ସମୟ ସ୍ରୋତରେ ଜୀବନର ଛବି ,
ଯାଇଛି ଅଚିହ୍ନା ହୋଇ ;
କେତେବେଳେ ଧାଏଁ ତୃଷ୍ଣା ଅବକାଶେ ,
ସୁଖର ପରଶ ପାଇଁ ।

ଲାଗୁଛି ଯେମିତି ଦୁନିଆ ଭିଡରେ ,
ଏକାକୀ ପଥିକ ଟିଏ ;
ବାଟ ତ ଚାଲୁଛି ଥକି ଥକି ହେଲେ ,
ଠିକଣା ନିଜ ନପାଏ।

କାହାକୁ ଅବା ମୁଁ ମାଗିବି ସାହାଯ୍ୟ ,
ସବୁ ଏଠି ଅସହାୟ ;
ଭରସା ନାଆଁ ରେ ମିଛ ପ୍ରତିଶୃତି ,
କ୍ଷୀଣ କରେ ଆଶା ସୁଅ।

ଏକଥା ଏବେ ତ ବୁଝି ମୁଁ ସାରିଛି ,
କେହି ନୁହେଁ ଆପଣାର ;
ସମୟ ସ୍ରୋତରେ ପର ବି ନିଜର ,
ଛାର ହୁଏ ଆପଣାର।

କଣ୍ଟା ପଥ ଦିନେ ଫୁଲେ ବଦଳିବ ,
ଶତ୍ରୁ ବି ସମ୍ମାନ ଦେବ ;
ସମୟ ଆସିଲେ ପରିଶ୍ରମ ଫଳ ,
ସୁଖରେ ବରଷି ଯିବ ।

ଆଶାକୁ ନହାରି ଦୃଢ ଚିତ୍ତ ଧରି ,
ପରିଶ୍ରମ ପୂଜା କର ;
ସମୟ ସ୍ରୋତରେ ସମୟ ହାରିବ ,
ଟିକିଏ ଅପେକ୍ଷା କର ।

❤️ସର୍ବେଶ୍ବର ସାହୁ❤
🇮🇳ଧାମନଗର-ଭଦ୍ରକ-ଓଡିଶା🇮🇳

Leave A Reply

Your email address will not be published.