ବେଆଇନ୍ ଗୋରୁ ବୋଝେଇ ୨ଟି ପିକ୍‌ଅପ୍ ଭ୍ୟାନ୍ ଜବତ, ୪୦ ଗୋରୁ ଉଦ୍ଧାର ।

ଭଦ୍ରକ,(ବସୁନ୍ଧରା):ଭଦ୍ରକରେ ବେଆଇନ୍ ଗୋ ଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଗତକାଲି ରାତିରେ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ଦୁଇଟି ଗୋରୁ ବୋଝେଇ ବେଆଇନ୍ ପିକ୍‌ଅପ୍ ଭ୍ୟାନକୁ ସ୍ଥାନୀୟ ଲୋକେ ଅଟକ ରଖିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହି ଖବର ପାଇ ଗୋ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ଘଟଣାସ୍ଥଳରେ ପହଞ୍ଚି ଗୋରୁଗୁଡିକୁ ଉଦ୍ଧାର କରିଥିଲେ । ତେବେ ଗ୍ରାମାଞ୍ଚଳ ଥାନା ପୁଲିସ୍ ପରେ ସେଠାରେ ପହଞ୍ଚି ଦୁଇଟି ପିକ୍‌ଅପ୍ ଭ୍ୟାନ୍‌କୁ ଜବତ କରିବା ସହ ସେଥିରେ ଥିବା ୪୦ ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ମଇତାପୁରସ୍ଥିତ ଗୋଶାଳାକୁ ସ୍ଥାନାନ୍ତର କରିଛି । ମାତ୍ର ଗୋରୁ ମାଫିଆମାନେ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

Leave A Reply

Your email address will not be published.