ବାବା ଆଖଣ୍ଡଳମଣିଙ୍କ ପୀଠରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ।

ଭଦ୍ରକ,(ବସୁନ୍ଧରା): ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠରେ ଉନ୍ନତୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ବିକାଶ କ୍ଷେତ୍ରରେ ପ୍ରସ୍ତୁତ ହୋଇଥିବା କାର୍ଯ୍ୟର ବାଧକ ସାଜିଥିବା ଜବରଦଖଲ ଉଠା ଦୋକାନ ଗୃହ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଉଚ୍ଛେଦ କାର୍ଯ୍ୟରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ବିଡିଓ ଜ୍ୟୋତିପ୍ରକାଶ ଦାସ, ଧାମନଗର ଏସ୍‌ଡିପିଓ, ଧୁଷୁରୀ ଥାନାଧିକାରୀ ପ୍ରଫୁଲ୍ଲ ସିଂ, ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକଙ୍କ ସମେତ ବହୁ ପୁଲିସ୍ ମୁତୟନ ହୋଇଥିଲେ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗତକାଲି ସକାଳ ୯ ଟାରୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟାପର୍ଯ୍ୟନ୍ତ ଚାଲିଥିଲା । ପୀଠରେ ଥିବା ପୁରୁଣା ଶୌଚାଳୟ ସମେତ ବହୁ କୋଠା ଓ ଦୋକାନ ଗୃହ ଉଚ୍ଛେଦ କରାଯାଇଛି । ମାତ୍ର କେତେକ ସ୍ଥାନରେ ଉଚ୍ଛେଦ ପ୍ରକ୍ରିୟା ପାତର ଅନ୍ତର ହେଉଥିବା ବିଷୟ କ୍ଷତିଗ୍ରସ୍ତକାରୀମାନେ ତହସିଲଦାରଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି । ଅନୁରୂପ ଅନେକ ସ୍ଥାନ ବିନା ନୋଟିସ୍ ଓ ନଜଣାଇ ଭଂଗାଯିବାକୁ ନେଇ ମଧ୍ୟ କିଛି ସମୟ ଧରି ଉଚ୍ଛେଦ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା ।

Leave A Reply

Your email address will not be published.