ପୋଲିସ ଆଗରେ ସ୍ତ୍ରୀ ସ୍ବାମୀକୁ ମାରିଲା ୪ ଚାପୁଡ଼ ।

କଳାହାଣ୍ଡି,(ବସୁନ୍ଧରା):କଳାହାଣ୍ଡି ରୁ ହିନ୍ଦୁ ଧର୍ମ ପରମ୍ପରା ଅନୁସାରେ ସମାଜର ରିତିନିତି ଭାବରେ ଚାରି ଦିଗକୁ ସାକ୍ଷି ରଖି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ୨୮ ଏପ୍ରିଲ ୨୦୧୯ ରିଖ ଦିନ ରିତେଶ୍ବର ଓ ତୁଳାବତି ଙ୍କ ବିବାହ ହୋଇଥିଲା, କିନ୍ତୁ ସ୍ବାମୀ ସ୍ତ୍ରୀ ର ପବିତ୍ର ବିବାହ ବନ୍ଧନରେ କେବଳ ୨୦ ମାସ ସୁଖମୟ ଜିବନରେ ଆସିଥିଲା ଗୋଟିଏ ବଡ଼ ଝଡ । ସ୍ତ୍ରୀ ବାପଘରେ ଓ ସ୍ବାମୀ ଜେଲ ଭିତରେ ।

ଏମିତି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଅମ୍ବାଦୋଲା ବ୍ଲକ ଅନ୍ତର୍ଗତ (ବାଗଡୁଙ୍ଗୁରି ) ଗାଁ ରେ ରହୁଥିବା ତୃଷ୍ଟି ସାହୁ ଙ୍କ ପୁଅ ରିତେଶ୍ବର ସାହୁ ବୟସ ୨୫ ବର୍ଷ, କଳାହାଣ୍ଡି ଜିଲ୍ଲା ର ବିଶ୍ବନାଥ ପୁର ବ୍ଲକ ଅନ୍ତର୍ଗତ ହରେକୃଷ୍ଣପୁର ଗାଁ ରେ ରହୁଥିବା ଦିଗସନ ସାହୁ ଙ୍କ ଝିଅ ତୁଳାବତି ସାହୁ ବୟସ ୨୨ ବର୍ଷ ଙ୍କ ସହିତ ବିବାହ ହୋଇଥିଲା ଏବଂ ହସ ଖୁସିରେ ରହୁଥିଲେ କିନ୍ତୁ ହଠାତ୍ ୫ ନଭେମ୍ବର ୨୦୨୦ ଦିନ ଝିଅର କାକା ବବୃ ବାହାନ ସାହୁ ଯୈତୁକ ଦେଇଥିବା ହିରୋ HF Dilux ମୋଟର ସାଇକେଲ ଗାଡ଼ିକୁ ମୋର ଗୋଟିଏ ଜରୁରୀ କାମ ଅଛି ବୋଲି ମାଗିନେଇ ଇଚ୍ଛା ପୁର ଯାଉଥିବା ସମୟରେ ବଙ୍ଗୋମୁଣ୍ଡା ରେ ଦୁର୍ଘଟଣା ଘଟିଥିଲା, ଦୁର୍ଘଟଣା ପରେ ଝିଅର କାକା ବବୃ ବାହାନ ସାହୁ ଗୁରୁତ୍ତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ, ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ଦୁର୍ଘଟଣା ହୋଇଥିବା ଗାଡ଼ିକୁ ଥାନାକୁ ନେଇ ଯାଇଥିଲେ । ପରେ ରିତେଶ୍ବର ସାହୁ କାକା ଶଶୁର କୁ ଦେଖିବା ପାଇଁ ଶୁଶୁର ଘରକୁ ଯାଇଥିଲେ ଓ ୨୨ ଦିନ ପର୍ଯ୍ୟନ୍ତ ଯୈତୁକ ପାଇଥିବା ମୋଟର ସାଇକେଲ ଆଣିବା ଆସାରେ ଅପେକ୍ଷା କରି ଶେଷରେ ନିରାଶ ହୋଇ ଘରକୁ ଫେରିଥିଲେ । କିନ୍ତୁ ଦୁର୍ଘଟଣା ଘଟିବାର ୧ ମାସ ପରେ ସ୍ତ୍ରୀ ତୁଳାବତୀ ବାପ ଘରକୁ ଯିବା ପାଇଁ ଜିଦ୍ ଧରିବା ପରେ ସ୍ବାମୀ ସ୍ତ୍ରୀ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା। ବଚସା ହେବାର କିଛି ସମୟପରେ ସ୍ତ୍ରୀ ତୁଳାବତୀ ବାପା ମାଁ କୁ ଫୋନ ରେ ସବୁକଥା ଜଣାଇବା ପରେ ୭ ଡିସେମ୍ବର ୨୦୨୦ ରାତ୍ରି ୧୦/୩୦ ମି ସମୟରେ ୪ ଟି ମଟୋର ସାଇକେଲ ଯୋଗେ ଦିଗସନ ସାହୁ, ଡୁଲ ସାହୁ, ବାଲକୃଷ୍ଣ ସାହୁ, ଅମୁଲ୍ୟ ସାହୁ, ସୁଧିର ସାହୁ, ସୁରେଶ ସାହୁ ଓ ବୃନ୍ଦାବନ ସାହୁ ଆସି ପ୍ରଥମେ ରିତେଶ୍ବର ଧରିଥିବା ସମସଙ୍ଗ କି ପେଡ ମୋବାଇଲ ଫୋନ ନମ୍ବର ୯୦୭୮୩୭୦୫୦୦ କୁ ଛଡେଇ ନେଇ ଥିଲେ ଏବଂ ରିତେଶ୍ବର କୁ ଭୀଷଣ ମାଡ ମାରିଥିଲେ ଓ ରିତେଶ୍ବର କୁ ଯୋରଜବର ଦସ୍ତି ଉଠେଇ ନେବା ସମୟରେ ବାପା ତୃଷ୍ଟି ସାହୁ ବୟସ ଯାହାର ୬୦ ଓ ମାଁ ରମା ସାହୁ ଯାହାର ବୟସ ୫୫। ପୁଅକୁ ଉଠେଇ ନେବା ସମୟରେ ବିରୋଧ କରିବାରୁ ବେକରେ ଛୁରି, ଭୂଜାଲି ଦେଖାଇ ଧମକ ଦେବା ସହ ଘରେଥିବା ନଗଦ ୮୦ ହଜାର ଟଙ୍କା ସହ ୫ ତୁଲା ସୁନା ଛଡାଇ ନେଇଥିଲେ ଓ କହିଥିଲେ ଏହି ବିଷୟରେ ଯଦି କିଛି କାହାକୁ କହୁ ତେବେ ଜିବନରୁ ମାରିଦେବୁ ବୋଲି ଏମିତି ଅନେକ ଧମକ ଦେଇ ଚାଲି ଯାଇଥିବା ପରେ ପୁଅର ବାପା ତୃଷ୍ଟି ସାହୁ ୮ ଡିସେମ୍ବର ୨୦୨୦ ରିଖ ଦିନ ଅମ୍ବାଦୋଲା ଥାନାରେ ଲିଖିତ ଅଭିଯୋଗ କରିବାପରେ ଏହାର ସମାଧାନ କରିବା ପରିବର୍ତ୍ତେ ଓଲଟା ଧମକଦେଇ ଥାନା ଆଇ ଆଇ ସି ବ୍ରଜମୋହନ ସାହୁ ଘୋଉଡାଇ ଦେଇଥିବାରୁ ରିତେଶ୍ବର ଙ୍କ ପରିବାର ଭାଙ୍ଗି ପଡିଥିଲେ ।

ଏପରି ଅନେକ ଘଟଣା ଘଟାଇବା ପରେ ଆଉଥରେ ବିଶ୍ବନାଥ ପୁର ଥାନା ଆଇ ଆଇ ସି ରୁଣୁ ମାଝୀ ରିତେଶ୍ବରକୁ ମାଡମାରିବା ସହିତ ଦୁଇହାତ ପଛପଟେ ଭିଡି ଦେଇଥିବାରୁ ସ୍ତ୍ରୀ ତୁଲାବତି ନିଜ ସ୍ବାମୀ ରିତେଶ୍ବର ର ଗାଲରେ ୪ ଚାପୁଡା ମାରିଥିଲେ । ପୁଣିଥରେ ବିଶ୍ବନାଥ ପୁର ଥାନା ରୁ ଲାଞ୍ଜିଗଡ଼ ଥାନା କୁ ହସ୍ତାନ୍ତର କରିଥିଲେ । ପୋଲିସ ସ୍ବାମୀ ସ୍ତ୍ରୀ ଉଭୟ ଙ୍କୁ ସମାଧାନ କରିବା ପରିବର୍ତ୍ତେ ପୋଲିସ ର ସାମ୍ନାରେ ସ୍ତ୍ରୀ ସ୍ବାମୀ କୁ ଗାଲରେ ମାଡ଼ ମାରିଥିବା ସଙ୍ଗିନ ଅଭିଯୋଗ ଆଣିଛନ୍ତି ସ୍ବାମୀ ରିତେଶ୍ବର। କୈଣସି ସମାଧାନ ର ବିଚାର ନକରି ସ୍ବାମୀ କୁ ଭବାନିପାଟଣା ଜେଲ କୁ ପଠେଇ ଦେଇଥିଲେ, ବିନା ଦୋଷରେ ସ୍ବାମୀ ରିତେଶ୍ବର ଜେଲ ଭିତରେ ୨ ମାସ ୨ ଦିନ ରହିବା ପରେ ବର୍ତ୍ତମାନ ଜାମିନରେ ଆସିଥିଲେ। ଏଠାରେ ବଡ଼ ପ୍ରଶ୍ନବାଚି ସୃଷ୍ଟି କରୁଛି ମୋ ସରକାର ଗଲା କୁଆଡେ, ପୋଲିସ ରକ୍ଷା ଦେବା ବଦଳରେ ଭଖୈକସାଜିଛୀ କାହା
ସାହାସରେ ପୋଲିସ ସାମ୍ନାରେ ମାଡ ମାରୁଛି ସ୍ତ୍ରୀ ତୁଳାବତୀ।

କୈଣସି ଦୋଷ ନଥାଇ ମଧ୍ୟ ଜେଲ ଯାଇଥିବା ସ୍ବାମୀ ରିତେଶ୍ବର କୁ ଯଦି ପକୃତରେ ନ୍ୟାୟ ନ ଦିଆଯାଏ ତାହେଲେ ଥାନା ଅଧିକାରୀ ସାମ୍ନାରେ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ଏହାର ଦାୟି ପୋଲିସ ପ୍ରଶାସନ ହେବେ ବୋଲି ଗଣମାଧ୍ୟମ ଆଗରେ ଅନୁରୋଧ କରିଛନ୍ତି।

କଲାହାଣ୍ଡିରୁ ନୃପରାଜ ସାହୁଙ୍କ ରିପୋର୍ଟ ବସୁନ୍ଧରା ନିୟୁଜ ଓଡିଶା ।

Leave A Reply

Your email address will not be published.