ଅଲ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦର ଦଶମ ବାର୍ଷିକୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଅଛି।

ଭୁବନେଶ୍ୱର,(ବସୁନ୍ଧରା): ଆଜି ଅଲ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦର ଦଶମ ବାର୍ଷିକୀ ଅଧିବେଶନ ଓ ସାଧାରଣ ସଭା ୟୁନିଟ-୯ ସ୍ଥିତ ଲୋହିଆ ଏକାଡେମୀ ପରିଷରରେ ଅନୁଷ୍ଠିତ ହୋଇଯାଇଅଛି | ପରିଷଦର ସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ବାଇଧର ଘଡ଼ାଇଙ୍କ ସମେତ ବିଭିନ୍ନ ଜିଲ୍ଲାର ସଭାପତି ତଥା କର୍ମକର୍ତ୍ତା ମାନେ ଯୋଗଦେଇଥିଲେ।

ଏହି ସଭାରେ ଦଳିତ ବର୍ଗ ଅନ୍ତର୍ଗତ ମେହେନ୍ତ ମାନଙ୍କର ଜାତିଗତ ପ୍ରମାଣପତ୍ର ତଥା ସଫେଇ କର୍ମଚାରୀ ପଦବୀକୁ ଠିକାଦାର ମୁକ୍ତ କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା |ସର୍ବସଂମତୀ କ୍ରମେ ଏହି ପ୍ରସ୍ତାବ ୨ଟିକୁ ବିଧାନସଭାରେ ଉପସ୍ଥାପନ କରାଇ ଆଇନରେ ପରିଣତ କରାଇବା ସମ୍ପର୍କରେ ମାନ୍ୟବର ବିଧାୟକ ପରିଷଦର ସଦସ୍ୟବୃନ୍ଦ ଓ ବିଭାଗୀୟ ମନ୍ତ୍ରୀ, ମାନ୍ୟବର ବିରୋଧୀଦଳ ନେତା ତଥା ମାନ୍ୟବର ସାଂସଦଙ୍କୁ ବାରମ୍ବାର ଅବଗତ କରାଇବା ପାଇଁ ପ୍ରସ୍ତାବ ନିଆଯିବା ସହିତ ମାନ୍ୟବର ନ୍ୟାୟାଳୟରେ କେସ ରୁଜ୍ଜୁ କରିବାକୁ ନିଷ୍ପତି ନିଆଗଲା ।ଏହି ସଭାରେ ପରିଷଦର ପ୍ରତିଷ୍ଠାତା ସଭାପତି ✔️ ମନମୋହନ ନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଥମ ମନମୋହନ ନାୟକ ସ୍ମୃତି ସନମାନ ଗଞ୍ଜାମ ଜିଲ୍ଲା ଭଲିବଲ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଚିନ୍ତାମଣି ନୟାକଙ୍କୁ ପ୍ରଦାନ କରାଯାଇଥିଲା ତଥା “ଜାତିର ଗୌରବ ” ସନମାନରେ ନିଖିଳ ଉତ୍କଳ ଗୋଛାୟତ ସଂଙ୍ଘର ସଭାପତି ଶ୍ରୀଯୁକ୍ତ ଭ୍ରମରବର ଗୋଛାୟତ ଓ ସମାଜସେବୀ ଶ୍ରୀଯୁକ୍ତ ରୋହିତ କୁମାର ନାୟକଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଭଜମନ ବେହେରା ମାନପତ୍ର, ଉପଢୌକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ସନମାନିତ କରିଥିଲେ |ପରିଷଦର ନିୟମିତ ରକ୍ତଦାତା ଶ୍ରୀଯୁକ୍ତ କାଳୀ ପ୍ରସନ୍ନ ରାଣାଙ୍କୁ ଉପଢୌକନ ଓ ମାନପତ୍ର ଦିଆଯାଇ ସନମାନିତ କରାଯାଇଥିଲା | ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକା ଦିପ୍ତିମୟୀ ନାୟକଙ୍କୁ ସନମାନପତ୍ର ତଥା ଜଗତସିଂହପୁର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ଗୋଛାୟତ ସ୍ୱୀକୃତିପତ୍ର ପ୍ରଦାନ କରାଯାଇଥିଲା ।

ବିଜେପି ଦଳର ଲିଙ୍ଗରାଜ ମଣ୍ଡଳର ସଭାପତି ଶ୍ରୀଯୁକ୍ତ ଶିବପ୍ରସାଦ ବେହେରାଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ପ୍ରଦାନ କରି ସନମାନିତ କରାଯାଇଥିଲା | ପରିଷଦର ମୁଖପାତ୍ର “ମୁକ୍ତି ଶିଖା ” ରେ ୨ୟ ସଂସ୍କରଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଭଜମନ ବେହେରାଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା | ଏହି ସଭାରେ ପରିଷର ସାଧାରଣ ସମ୍ପାଦକ ଶ୍ରୀ ଅଶୋକ କୁମାର ନାୟକ, ଉପସଭାପତି ଶ୍ରୀ ଗୋପୀନାଥ ନାୟକ, କାର୍ଯ୍ୟକାରୀ ସଭାପତି ଶ୍ରୀ ନିରଞ୍ଜନ ନାୟକଙ୍କ ସମେତ ଅମର ନାୟକ, ପ୍ରମୋଦ ନାୟକ, ଦୀପକ ନାୟକ, ବିକାଶ ନାୟକ, ସୁଶାନ୍ତ କୁମାର ଗୋଛାୟତ,ଚନ୍ଦନ ନାୟକ,ପ୍ରଭାତ ନାୟକ, ଜାପାନୀ ନାୟକ,ପୂର୍ଣ୍ଣ ଚନ୍ଦ୍ର ନାୟକ,କୁଳମଣି ଗୋଛାୟତ, ଲାକ୍ସମନ ବେହେରା,ସୁନୀଲ ନାୟକ,ଉଦୟନାଥ ଗୋଛାୟତ,ହରେକୃଷ୍ଣ ଗୋଛାୟତ,ପୂର୍ଣ୍ଣ ଚନ୍ଦ୍ର ନାୟକ,ତ୍ରିନାଥ ନାୟକ,ଯୁଗଳ ନାୟକ,ରାକେଶ ନାୟକ, ଶଙ୍କର ନାୟକ ସମେତ ବହୁ କର୍ମକର୍ତ୍ତା ମାନଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ |

Leave A Reply

Your email address will not be published.