ଟ୍ରାକ୍ଟର ସହ ଧକ୍କା ହେଲା ବାଇକ୍ ଜଣେ ମୃତ୍ୟୁ ଅନ୍ୟ ଜଣେ ଗୁରୁତର।

କଳାହାଣ୍ଡି,(ବସୁନ୍ଧରା) : କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତା ବାବୁକେନ୍ଦୁଗୁଡ଼ ଠାରେ ଘଟିଛି ଦୁର୍ଘଟଣା । ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିଲା ବାଇକ୍ ଫଳରେ ବାଇକ୍ ଚାଳକ ମୃତ୍ୟୁ ଓ ବାଇକ୍ ପଛରେ ବସିଥିବା ଆରୋହୀ ଗୁରୁତର । ସୂଚନା ଅନୁସାରେ ଜୁନାଗଡ଼ ବ୍ଲକ ଗୌଡ଼ ଛେଣ୍ଡିଆ ଗ୍ରାମର ଦୁଇ ଯୁବକ ମନ୍ତ ବାଗ ଓ ସୁଜନ ବାଇକ୍ ଇଚ୍ଛାପୁର ଏକ ବିବାହ ଉତ୍ସବ ରେ ଯୋଗ ଦେବାପାଇଁ ଆସିଥିଲେ । ଏହି ସମୟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରାକ୍ଟର କୁ ଧକ୍କା ଦେଇଥିଲା ଫଳରେ ବାଇକ୍ ଚାଳକ ମନ୍ତ୍ ବାଗ ର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ ସହଯୋଗୀ ବାଇକ୍ ଆରୋହୀ କୁ ପ୍ରଥମେ ତାଙ୍କୁ କଲମପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତର କରାଗଲା ।
।।କଲମପୁର ରୁ ରଞ୍ଜନ କୁମାର ସାହୁ ଙ୍କ ରିପୋର୍ଟ।।

Leave A Reply

Your email address will not be published.