ଉତ୍ତରପ୍ରଦେଶରେ ୪ ବର୍ଷର ଝିଅକୁ ଜଣେ ୧୬ ବର୍ଷର ନାବାଳକ ଦୁଷ୍କର୍ମ ଅଭିଯୋଗ ।

ନୂଆଦିଲ୍ଲୀ,(ବସୁନ୍ଧରା)ଉତ୍ତରପ୍ରଦେଶରେ ଗୋଟିଏ ୪ ବର୍ଷର ଝିଅକୁ ଜଣେ ୧୬ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ସଙ୍ଗୀନ ଅଭିଯୋଗ ଆସିଛି । ନାବାଳକଟି ଝିଅଟିକୁ ଚକୋଲେଟ ଦେବାର ବାହାନା ଦେଖାଇ ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ଝିଅଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନାବାଳିକାର ପିତା ଅଭିଯୁକ୍ତ ବିରୋଧରେ ମାମଲା ଦାୟର କରିଥିବା ଜଣାପଡ଼ିଛି ।

ଝିଅଟି ବାହାରେ ଖେଳୁଥିବା ସମୟରେ ନାବାଳକ ତାକୁ ଚକୋଲେଟ୍ ଦେବାର ବାହାନା ଦେଖାଇ ଡାକି ନେଇଥିଲା । ଏହା ପରେ ଝିଅଟି ସହ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପୀଡ଼ିତା ରାତିରେ କୌଣସି ଘରେ ପହଞ୍ଚି ନିଜର ମା’ଙ୍କୁ ଏ ବିଷୟରେ ଜଣାଇଥିଲା । ପୋଲିସ ମାମଲାକୁ ଆଧାର କରି ତଦନ୍ତ ଚଳାଇବା ସହ ସଂପୃକ୍ତ ନାବାଳକକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.