ଆସନ୍ତାକାଲି ଠାରୁ କ୍ଷୀର ଲିଟର ୧୦୦ ଟଙ୍କାରେ ବିକ୍ରି ହେବ।

ନୂଆଦିଲ୍ଲୀ,(ବସୁନ୍ଧରା): ଆସନ୍ତାକାଲି ଠାରୁ କ୍ଷୀର ଲିଟର ୧୦୦ ଟଙ୍କାରେ ବିକ୍ରି ହେବ । କୃଷି ଆଇନ ଓ ତୈଳ ଦରକୁ ବିରୋଧ କରି ହରିୟାଣାର ହିସରର ଖାପ ପଞ୍ଚାୟତ ଏହି ନିଷ୍ପତ୍ତି ଗ୍ରହଣ କରିଛି । ମାର୍ଚ୍ଚ ମହିଲାରୁ ଏହି ନିୟମ ଲାଗୁ କରାଯିବ ବୋଲି ପଞ୍ଚାୟତ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରହିଛି । କେନ୍ଦ୍ର ସରକାର ଆଇନ ପରିବର୍ତ୍ତନ କରିବାକୁ ସହମତି ପ୍ରକାଶ କରିଥିବା ବେଳେ ଆଇନ ପ୍ରତ୍ୟାହାର ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି । ଅପରପକ୍ଷେ କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ପାଇ ଚାଲିଛି । ତେଣୁ ଏହାକୁ ବିରୋଧ କରି କ୍ଷୀର ମୂଲ୍ୟ ବୃଦ୍ଧି କରିବାକୁ ଖାପ ପଞ୍ଚାୟତ ନିଷ୍ପତ୍ତି ନେଇଛି । ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି କରିବାକୁ ପଞ୍ଚାୟତ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଧାର୍ଯ୍ୟ ମୂଲ୍ୟରେ ସରକାରୀ ସମବାୟ ସମିତିକୁ କ୍ଷୀର ବିକ୍ରୟ କରିବାକୁ ପଞ୍ଚାୟତ ପକ୍ଷରୁ ଚାଷୀମାନଙ୍କୁ ନିବେଦନ କରାଯାଇଛି ।

Leave A Reply

Your email address will not be published.