କଟକରେ ବସ-ଅଟୋ ମୁହାଁମୁହିଁ ଜଣଙ୍କର ମୃତ୍ୟୁ ୩ ଜଣ ଗୁରୁତର ।

କଟକ,(ବସୁନ୍ଧରା): କଟକରେ ଏକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ବସ-ଅଟୋ ମୁହାଁମୁହିଁ ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା । ଜଗତସିଂହପୁର ଅଭିମୁଖେ ଯାଉଥିବା ଏକ ବସକୁ ବିପରୀତ ଦିଗରୁ ଆସୁଥିବା ଅଟୋ ଗତିରାଉତପାଟଣା ନିକଟରେ ଧକ୍କା ଦେଇଥିଲା । ତେବେ ଦୁର୍ଘଟଣାରେ ଗୁରୁତର ହୋଇଥିବା ୩ ଜଣଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.