ପଲମ ଧାନ ମଣ୍ଡିରେ ଚିତ୍ତରଞ୍ଜନ ମଣ୍ଡଲ (ବାବୁଲି) ଙ୍କ ସହଯୋଗରେ ଧାନବିକ୍ରି କଲେ ଚାଷୀ ।

କଲାହାଣ୍ଡି,(ବସୁନ୍ଧରା):କଲାହାଣ୍ଡି ଜିଲ୍ଲା ନର୍ଲା ବ୍କ୍ରକର ଚାଷୀ ଅମଳ କରିଥିବା ଧାନ ବିକିବା ପାଇଁ ସରକାର ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କରେ ଗୋଟିଏ ଗୋଟିଏ ଧାନ ମଣ୍ଡିର ବ୍ୟବସ୍ଥା କରାଯାଇଛି କିନ୍ତୁ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ପଲମ ଧାନ ମଣ୍ଡିରେ ସେହି ସବୁ ବ୍ୟବସ୍ଥା କରାଯାଇ ନାହିଁ। ଜଣେ ଚାଷୀ ଅକ୍ଲାନ୍ତ ପରିଶ୍ରମ କରି କ୍ଷେତରେ ଧାନ ଚାଷ କରିଥାଏ ଓ ଅମଳ କରିଥିବା ଧାନ କୁ ପାଖରେ ଥିବା ମଣ୍ଡିରେ ଉଚିତ୍ ମୂଲ୍ୟରେ ବିକି ସରକାର ଦେଇଥିବା ଉଚିତ ମୁଲ୍ୟ ପାଇବା ପାଇଁ। ପ୍ରାୟ ୫୫ ଦିନ ହେଲା ପଲମ ଧାନ ମଣ୍ଡିରେ ଧାନ ପଡ଼ିରହିଥିବାରୁ ଚାଷୀ ମାନେ ବହୁତ ଚିନ୍ତାରେ ଥିଲେ। ଅମଳ କରିଥିବା ଧାନ କୁ ବିକିବା ପାଇଁ ସୋସାଇଟି ରେ କାର୍ଯ୍ୟରତ ଥିଵା ଅଫିସର ମାନଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂ ତଥା କଲାହାଣ୍ଡି ଶାସଂଦ ବସନ୍ତ ପଣ୍ଡା କୁ ଯେତେ ଗୁହାରି ଅନୁରୋଧ କଲେ ମଧ୍ୟ ଚାଷୀ ମାନଙ୍କ ର କୈଣସି ଗୁହାରି ଶୁଣିନଥିଲେ।

ଏହି ସମୟରେ ଚାଷୀ ହତାସ ହୋଇ ଭାଙ୍ଗିପଡିଲା ପରେ ଚାଷୀ ମାନଙ୍କର ପାଖକୁ ଦେଵଦୁତ ସାଜି ଚିତ୍ତରଞ୍ଜନ ମଣ୍ଡଲ (ବାବୁଲି) ପହଞ୍ଚି ଚାଷୀମାନଙ୍କର ସମସ୍ୟା ବିଷୟରେ ପଚାରି ଵୁଝିଥିଲେ ଓ ଚାଷୀମାନେ ନିଜ ନିଜ ମତ ଜଣାଇବାରୁ ବାବୁଲୀ ମଣ୍ଡଲ ତତ୍ପରତା ଦେଖାଇ ଟକର୍ଲା ଓ ପଲମ ଗ୍ରାମ ପଞ୍ଚାୟତ ର ସମୁଦାୟ ୩୦ ଜଣ ଚାଷୀ ର ୧୭୦୦.୩୦ କ୍ଵିଣ୍ଟାଲ ଧାନକୁ ମିଲ ମାଲିକ ମାନଙ୍କ ସହିତ ଯୋଗାଯୋଗ କରିବା ପରେ ସମଲେଶ୍ଵରୀ ଓ ହରିପ୍ରିୟା ଏହି ଦୁଇଟି ମିଲର ଆସି ଟ୍ରକ ସାହାର୍ଯ୍ୟରେ ଧାନକୁ ଉଠାଇଥିଲେ। ଏପରି ମହାନ କାମକୁ ଦେଖି ଚାଷୀ ମାନେ ଚିତ୍ତରଞ୍ଜନ ମଣ୍ଡଲ (ବାବୁଲି) କୁ ଭୁରି ଭୁରିପ୍ରସନ୍ସା କରିବା ସହିତ ଧନ୍ୟବାଦ ଜଣାଇଥିଲେ ।

କଲାହାଣ୍ଡିରୁ ନୃପରାଜ ସାହୁଙ୍କ ରୀପୋଟ ବସୁନ୍ଧରା ନିୟୁଜ ଓଡିଶା ।

Leave A Reply

Your email address will not be published.