ABC ଛକ ଠାରୁ ଟୋଲବ୍ରାହ୍ମଣୀକୁ ସଂଯୋଗ କରୁଥିବା ରାସ୍ତା କାମରେ ଦୁର୍ନୀତି

କଳାହାଣ୍ଡି(ବସୁନ୍ଧରା) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଗ୍ରାମ ପଞ୍ଚାୟତ ରେ ଥିବା ABC ଛକ ଠାରୁ ଟୋଲବ୍ରାହ୍ମଣୀ କୁ ସଂଯୋଗ କରୁଥିବା ରାସ୍ତା ନିମ୍ନ ମାନର କାମ ହେଉଛି ।

ରାସ୍ତା କାମରେ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ସିଂ କାର୍ଯ୍ୟରେ ଘଣ୍ଟେ ଦୁଇ ଘଣ୍ଟା ରହି ଅଫିସ ଫେରିବାପରେ, କାଁ ଭାଁ କେତେକ ସ୍ଥାନରେ ଗୋଟିଏ ଗୋଟିଏ ମେଟାଲ ପକାଇ ସାଙ୍ଗେ ସାଙ୍ଗେ ତା ଉପରେ jcb ମାଧ୍ୟମରେ ଲାଲ ଓ ଧଳା ମୁରୁମ ମାଟି ପକାଉଥିବା ଦୃଶ୍ୟ ଆମ କେମେରା ରେ ହସ୍ତଗତ ହୋଇଛି।

ନର୍ଲା ବ୍ଲକ ଜୋନ୍ ନମ୍ବର ୨ ର ଜିଲ୍ଲା ପରିଷଦ ର ରୀନା ଭୋଇ ର କାକା ସୁରେଶ ଭୋଇ ଏହି କାମ କରୁଥିବା ର ସୁଚନା ମିଳିଛି। ଏହି ବିଷୟରେ ସରିଆଁ ଗ୍ରାମ ପଞ୍ଚାୟତ ଦାୟିତ୍ଵ ରେ ଥିବା କନିଷ୍ଠ ଯନ୍ତ୍ରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ସିଂ କୁ ପଚାରି ବୁଝିବାରୁ ଶ୍ରୀ ଯନ୍ତ୍ରୀ କହିଲେ ନିମ୍ନମାନର କାର୍ଯ୍ୟ ହେଉଥିଲେ ପୁନର୍ବାର ତାଉପରେ କାମକରୀବାକୁ ବାଧ୍ୟହେବୁ ବୋଲି ପ୍ରତିଶୃତୀ ଦେଇଥିଲେ ।

କଲାହାଣ୍ଡିରୁ ନୃପରାଜ ସାହୁଙ୍କ ରିପୋର୍ଟ ବଷୁନ୍ଧରା ନିୟୁଜ ଓଡିଶା ।

Leave A Reply

Your email address will not be published.