କଳାହାଣ୍ଡିରେ ପ୍ରଥମ ଥର ସର୍ବ ଭାରତୀୟ JEE (Main) ପରୀକ୍ଷା 2021 ଅନୁଷ୍ଠିତ

ଭବାନୀପାଟଣା( ବସୁନ୍ଧରା) କଳାହାଣ୍ଡି ତଥା ପଡୋଶୀ ଜିଲ୍ଲାର ଅନେକ ଜେଇଇ ଇଂଜିନିୟରିଂ ପାଇଁ ଆଶାୟୀ ଛାତ୍ରଛାତ୍ରୀଙ୍କ ବହୁଦିନର ସ୍ବପ୍ନ ପୂରଣ ହୋଇଛି । ଏହା ପୂର୍ବରୁ ସର୍ବ ଭାରତୀୟ JEE(Main)2021ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ରାଉରକେଲା କିମ୍ବା ଭୁବନେଶ୍ୱର ଭଳି ବ୍ୟୟବହୁଳ ସହରକୁ ଯିବାକୁ ପଡୁଥିଲା l ହେଲେ ଚଳିତ ବର୍ଷ ବିଶେଷ କରି ଗରୀବ ଛାତ୍ର-ଛାତ୍ରୀଙ୍କୁ ସେଠାକୁ ଯାଇ ଅଯଥାରେ ଶାରିରୀକ ପୀଡା ଓ ଅର୍ଥନୈତିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ।

କଳାହାଣ୍ଡି ଜ଼ିଲ୍ଲାର ଭବାନୀପାଟଣା ସହରରେ ଥିବା ଇରିଗେସନ୍ କଲୋନୀର 15 ନମ୍ବର ଗଳିରେ ଥିବା ପ୍ରକୃତି ଶିକ୍ଷାନୁଷ୍ଠାନ ପକ୍ଷରୁ JEE(Main)ପରୀକ୍ଷା 2021 ସଞ୍ଚାଳନ କରିବା ପାଇଁଁ ସୁଯୋଗ ମିଳି କଳାହାଣ୍ଡି ତଥା ପଡୋଶୀ ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା ଜିଲ୍ଲାର ଅନେକ ମେଧାବୀ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ ସାହୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ଶ୍ରୀ ସାହୁ କହିଛନ୍ତି ଯେ, ଜାତୀୟ ସ୍ତରର ପରୀକ୍ଷା ଦେବା ପାଇଁ ଛାତ୍ର-ଛାତ୍ରୀଙ୍କୁ ବହୁ ଦୂରଦୂରାନ୍ତକୁ ଯାଇ ସେଠାରେ ରହି
ପରୀକ୍ଷା ଦେବା, ଅଧିକ ଭାରାକ୍ରାନ୍ତ ଓ ଦୀର୍ଘ ଦିନରୁ ପ୍ରସ୍ତୁତି କରିବାକୁ ପଡ଼ୁଥିଲା, ଯଦ୍ୱାରା ପରୀକ୍ଷାର୍ଥୀଙ୍କ ପଢ଼ାପଢ଼ିରେ ବାଧାପ୍ରାପ୍ତ ହେଉଥିଲା। ଏହିସବୁ ଜିଲ୍ଲା ଗୁଡ଼ିକ ଭବାନୀପାଟଣା ସହରଠାରୁ ନିକଟରେ ଥିବା ଯୋଗୁଁ ବସରେ ମଧ୍ୟ ଆସି ପରୀକ୍ଷା ଦେଇ ଫେରିଯିବାକୁ ସୁବିଧା ହେଉଛି। ନୂତନ ଶିକ୍ଷା ନୀତି ଆଇନ ଅନୁଯାୟୀ କଳାହାଣ୍ଡି ଜ଼ିଲ୍ଲାରେ ଜାତୀୟସ୍ତର ପରୀକ୍ଷା ହେବାର ସୁଯୋଗ ମିଳି ଥିବାରୁ ଅଭିଭାବକ ମହଲ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ଅଭିଭାବକ ତଥା ଛାତ୍ରଛାତ୍ରୀ କୃତଜ୍ଞତା ଜଣାଇଛନ୍ତି l

ସେହିପରି ସରକାରଙ୍କ କୋଭିଡ -19 କଟକଣାକୁ ମଧ୍ୟ ଦୃଢ଼ ଭାବେ ପାଳନ କରାଯାଇ ସାନିଟାଇଜର୍, ସାମାଜିକ ଦୂରତା ନିୟମକୁ କଡାକଡି ଭାବେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି। ଏହି ପରୀକ୍ଷା ଗତ ୨୩ ତାରିଖରୁ ୨୬ ତାରିଖ ଯାଏଁ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ସାହୁ କହିଛନ୍ତି। ଏପର୍ଯ୍ୟନ୍ତ ପରୀକ୍ଷା ପର୍ଯ୍ୟବେକ୍ଷକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରୀକ୍ଷା ସୁଚାରୁ ରୂପେ ପରିଚାଳନା କରାଯାଉଛି ବୋଲି ପ୍ରକାଶ କରିଥିଲେ l

ଭବାନୀପାଟଣାରୁ ବଳମନ୍ତ ନାୟକଙ୍କ ରିପୋର୍ଟ

Leave A Reply

Your email address will not be published.