କଟକ (ବସୁନ୍ଧରା) କଟକ ସଦର ବୟାଳିଶମୌଜା ଉପକଣ୍ଠ ଭାରଗୋଳ ସ୍ଥିତ ନବଜ୍ୟୋତି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଯୁବସମାଜସେବୀ ସ୍ବର୍ଗତ ଅମୀୟ ପ୍ରଧାନ(ମିଟୁ)ଙ୍କ ସ୍ମୃତି ଉଦେଶ୍ୟରେ ଏକରାତ୍ରି କାଳୀନ କ୍ରିକେଟ ଟୁନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସର୍ବମୋଟ ୧୬ଟି ଟିମ ଅଂଶଗ୍ରହଣ କରି ମା’ନାରାୟଣୀ କ୍ରିକେଟ କ୍ଲବ, ଡିହସରିଚୁଆଁ ୪୧ ରନ କରି ବିଜୟ ଲାଭ କରି ବିଜୟୀପଦକ ସହ ୪୦୦୧ ଟଙ୍କା ପୁରସ୍କାର ପାଇଥିବା ବେଳେ ବଜରଙ୍ଗୀ କ୍ରିକେଟ କ୍ଲବ,ଦେଉଳିକୁ ରନର୍ସକପ ସହ ୩୦୦୧ ଟଙ୍କା ପ୍ରଦାନ କରାଯାଇଛି । ଏହି ଟୁନାମେଣ୍ଟକୁ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିଲାବେଳେ ଅତିଥିଭାବେ କୃଷକନେତା ଦେବୀ ପ୍ରସାଦ ପତି,ଅସୀମ ଦାସ ଏବଂ କ୍ଲବ ପକ୍ଷରୁ ଅସିତ ପ୍ରଧାନ, ରାଜେଶ ପ୍ରଧାନ, ସୁବାଷ ପ୍ରଧାନ, ପରମାନନ୍ଦ ଚୌଧୁରୀ, ପବିତ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post