ସଫଳ ହେଲା ସଦଭାବନା ଯାତ୍ରା, ଶକ୍ତିଶାଳୀ ହେଉଛି ମାହାଙ୍ଗାରେ ବିଜେପିର ଗଡ଼।

ମାହାଙ୍ଗା,(ବସୁନ୍ଧରା):ମାହାଙ୍ଗାରେ ସଫଳ ହେଲା ସଦଭାବନା ଯାତ୍ରା । ବିଜେପି ନେତା ଶାରଦା ପ୍ରଧାନଙ୍କ ନେତୃତ୍ବରେ ହୋଇଥିବା ଏହି ଯାତ୍ରା ଗତ ୧୮ ତାରିଖରେ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।

ଏହି ୩ଦିନର ଯାତ୍ରାକୁ ସ୍ବାଗତ କରିଛନ୍ତି ବିଜେପିର ବରିଷ୍ଠ ନେତୃବୃନ୍ଦ । ଶାରଦାଙ୍କ ଏହି ସଦଭାବନା ଯାତ୍ରା ଆଗାମୀ ପଞ୍ଚାୟତ ନିର୍ବାଚନରେ ସୁଫଳ ପାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚାର ଶିରନାମା ପାଲଟିଛି ।

ଏହି ଯାତ୍ରାରେ ଯୋଗଦେଇଥିଲେ କଟକ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରା , ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଯାଜ୍ଞସେନୀ ଜେନା , ବିଜେପିର ବରିଷ୍ଠ ନେତା ଓ କର୍ମୀମାନେ ।

ବିଜେପିର ଏହି ଯାତ୍ରା ଦେଖି ବିରୋଧୀଙ୍କ ପତା ଆଗାମୀ ପଞ୍ଚାୟତ ନିର୍ବାଚନରେ କଟିବ ବୋଲି ଅନେକରେ ଚର୍ଚ୍ଚା ହେଉଛି । ଶାରଦାଙ୍କ ନେତୃତ୍ବରେ ସଦଭାବନା ଯାତ୍ରା ଏବଂ ପ୍ରକାଶ ବେହେରା ଓ ଅନେକ ନେତାଙ୍କ ଯୋଗଦାନରୁ ଜଣାପଡୁଛି ମାହାଙ୍ଗାରେ ଏକ ରାଜନୈତିକ ପରିବର୍ତ୍ତନ ଆଣିବ ବୋଲି ବହୁ ରାଜନୈତିକ ବିଶ୍ଳେଷକ ମତ ପୋଷଣ କରିଛନ୍ତି ।

ଆଗାମୀ ଦିନରେ ଏକ ନିଶ୍ଚିତ ଲକ୍ଷ୍ୟ ସାଧନ କରିବାରେ ପାହାଚ ପରେ ପାହାଚ ଚଢିଚାଲିଥିବା ବିଜେପି ମାହାଙ୍ଗାରେ ମଧ୍ୟ ଝଣ୍ଡା ଉଡେଇବ ବୋଲି ଅନେକରେ ଆଶା କରାଯାଉଛି ।

ତେବେ ଦେଖିବାକୁ ବାକି ରହିଲା ମାହାଙ୍ଗାରେ ପଞ୍ଚାୟତ ନିର୍ବାଚନର ଫଳାଫଳ କାହା ସପକ୍ଷରେ ଯାଉଛି …..।

Leave A Reply

Your email address will not be published.