ସର୍ବ ଭାରତୀୟ ଯୁବ ସମ୍ମିଳନୀରେ ଓଡ଼ିଆ ପୁଅ ଙ୍କୁ “ହରିତ୍ ପୁରସ୍କାର ୨୦୨୦”ରେ ସମ୍ମାନିତ କରାଯାଇଛି ।

କଟକ,(ବସୁନ୍ଧରା): ହାଇଦ୍ରାବାଦ ସ୍ଥିତ ପ୍ରଫେସର ଜୟଶଙ୍କର ତେଲେଙ୍ଗାନା ରାଜ୍ୟ କୃଷି ବିଶ୍ବିଦ୍ୟାଳୟ ରେ ଆଇ.ସି.ଏ.ଆର(ICAR) ଏବଂ AIASA ର ମିଳିତ ସହୋଯୋଗରେ ସର୍ବ ଭାରତୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ମିଳନୀରେ ଓଡ଼ିଶାର ଅନିଲ କୁମାର ମିଶ୍ରଙ୍କୁ ହରିତ୍ ପୁରସ୍କାରରେ ସମ୍ମାନିତ କରା ଯାଇଛି । ଏହି ସମ୍ମିଳୀରେ ରେ ବିଭିନ୍ନ ରାଜ୍ୟରୁ କୃଷି ବିଶେଷଜ୍ଞ ମାନେ ଯୋଗଦାନ କରିଥିଲେ। ଶ୍ରୀ ମିଶ୍ର ଓଡ଼ିଶା କୃଷି ଓ ବୈଷୟିକ ବିଶବବିଦ୍ୟାଳୟର ପୁରାତନ ଛାତ୍ର ଏବଂ ୨୦୧୮-୧୯ ଶିକ୍ଷା ବର୍ଷ ରେ ସି.ପି.ଜି.ଏସ ର ସଭାପତି ମଧ୍ୟ ରହି ସାରିଛନ୍ତି। ୨୦୧୮ ରେ ସର୍ବ ଭାରତୀୟ କୃଷି ସଂସଦ ର ରାଜ୍ୟ ସଭାପତି (ଓଡ଼ିଶା) ଏବଂ ୨୦୧୯ ରେ ଜାତୀୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରି ସାରିଛନ୍ତି।

Leave A Reply

Your email address will not be published.