କଳାହାଣ୍ଡି,(ବସୁନ୍ଧରା):କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ସୋମବାର କଂଗ୍ରେସ ପକ୍ଷରୁ ବନ୍ଦପାଳନ କାରାଯାଇଛି ।ସକାଲ ୮ ଟାରୁ ଦୁର୍ଗାମଣ୍ଡପ ନିକଟ ୨୬ନମ୍ବର ଜାତୀୟ ରାଜପଥ ଠାରେ ରାସ୍ତାରୋକ କାରାଯାଇଛି ।

କେନ୍ଦ୍ରସରକାର ଙ୍କ ବୈମାତୃକ ମନୋଭାବ ଏବଂ ପେଟ୍ରୋଲ, ଡିଜେଲ,ରନ୍ଧନ ଗ୍ୟାସ ଭଳି ନିତ୍ୟ ବ୍ୟବହାରିକ ଜିନିଷ ଦର ବୃଦ୍ଧିକୁ ନେଇ ଏହି ଗଣଧାରଣା ଓ ରାସ୍ତା ରୋକ କାରାଯାଇଛି ।

ଏହି ବନ୍ଦ ଡାକରା କଂଗ୍ରେସ ଟାଉନ ସଭାପତି ଦୟାସାଗର ସାହା,ବ୍ଲକ୍ ସଭାପତି ରଜନିକାନ୍ତ ପୋଢ଼ ,ରାମକୁମାର ଜୈନ, ଦୟାଳୁନାଗ,ପ୍ରତାପ ବାଗ,ଜ୍ୟାଷ୍ଣା ମୟୀ ବଗର୍ତ୍ତି, ମୋତି କୈବର୍ତ, ରୋହିତ ଜୈନ ,ବିଜୟ ଦୀପ,ବସୁମତୀ ବାଗ ସମେତ ଅନ୍ୟାନ୍ୟ କଂଗ୍ରେସ କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।କେସିଙ୍ଗା ସହରର ସମସ୍ତ ଦୋକାନ ବଜାର ସ୍କୁଲ, କଲେଜ,ବ୍ଲକ୍, ଏନ. ଏସି.କାର୍ଯ୍ୟାଳୟ ବନ୍ଦ ରହିଛି ।
କେସିଙ୍ଗାରୁ ନୃପରାଜ ସାହୁଙ୍କ ରିପୋର୍ଟ