କଳାହାଣ୍ଡି,(ବସୁନ୍ଧରା): ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ଜାତୀୟ ଆଦିବାସୀ ଲୋକ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ୨୦୨୧ ସ୍ଥାନୀୟ ହାଇ ସ୍କୁଲ ଖେଳ ପଡ଼ିଆରେ ଉଦଘାଟିତ ହୋଇଯାଇଛି ।

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସମ୍ପାଦକ ପ୍ରବୋଧ ରଥ, ଭବାନୀପାଟଣା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁରେଶ ଶ୍ରୀ ଚନ୍ଦନ, ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ଜାତୀୟ ଆଦିବାସୀ ମହୋତ୍ସବର ଶୁଭାରମ୍ଭ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଧର୍ମଶାଳା ବିଧାୟକ ପ୍ରଣବ ବଲବନ୍ତ ରାୟ, ଚାନ୍ଦବାଲିରୁ ବ୍ୟୋମକେଶ ରାୟ, ଭଦ୍ରକରୁ ସଂଜୀବ ମଲ୍ଲିକ ପ୍ରମୁଖ ଯୋଗଦାନ କରିଥିଲେ l କଳାହାଣ୍ଡି କଳାର କ୍ଷେତ୍ର ଏବଂ ଏ ଅଞ୍ଚଳ ରେ କଳାର ଆଦର ଅତି ମହାନ, ଆଜି କଳାହାଣ୍ଡିର କଳା ସମଗ୍ର ବିଶ୍ୱରେ ଆଦୃତ ହୋଇ ପାରିଛି ବୋଲି କ୍ୟାପଟେନ୍ ମିଶ୍ର ପ୍ରକାଶ କରିଥିଲେ।

ଉଦଘାଟନୀ ସନ୍ଧ୍ୟାରେ ଆସାମର ଭୋରତlଲ ନୃତ୍ୟ, ଝାଡ଼ଖଣ୍ଡ ଖରସୁଆଁ ର ଛଉ ନୃତ୍ୟ, ପଶ୍ଚିମବଙ୍ଗର ରେବେନ୍ସ ଏବଂ ଓଡ଼ିଶାର ମୋଗଲ ତାମସା ଓ ଦୁରୁଆ ନାଚ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇ ଥିଲା l ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଲଙ୍କେଶ୍ୱରୀ ମଞ୍ଚ ରଙ୍ଗୀନ ହୋଇ ଦୁଲୁକି ଉଠିଥିଲା ।ଏହାକୁ ଦର୍ଶକ ମନଭରି ଉପଭୋଗ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ମହେଶ ସାହୁ ସଂଯୋଜନା କରିବାରେ ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ । ପ୍ରଫେସର ସୁଶାନ୍ତ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ lପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।
ରିପୋର୍ଟ୍: BALAMANTA NAYAK