ବ୍ୟର୍ଥ ଯିବନି ବଳିଦାନ :ଏ ବି ଭି ପି କାର୍ଯ୍ୟ

ଭୁବନେଶ୍ୱର,(ବସୁନ୍ଧର):ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ,ଭୁବନେଶ୍ୱର ଶାଖା ପକ୍ଷରୁ ଆଜିର ଦିନ ୨୦୧୯ ରେ ପୁଲୱମା ଠାରେ ଶତ୍ରୁଦେଶ ପାକିସ୍ତାନ ଦ୍ୱାରା ହୋଇଥିବା ଆତ୍ମଘାତୀ ଆତଙ୍କି ଷଡ଼ଯନ୍ତ୍ର ର ଶିକାର ହୋଇ ପୁଲୁୱମା ଠାରେ ପ୍ରାଣ ହରାଇଥିବା ଆମର ବୀର ଶହୀଦ ଯବାନମାନଙ୍କ ନିମନ୍ତେ ଆଜିର ଦିନକୁ ସମସ୍ତ ନଗରରେ କାର୍ଯ୍ୟକର୍ତାମାନେ କଳା ଦିବସ ରୂପେ ପାଳନ କରିବା ସହିତ ହାତରେ କଳା ବ୍ୟାଚ ପରିଧାନ କରିଛନ୍ତି। ଆଜିର ଦିନଟି ଅତ୍ୟନ୍ତ ଦୁଖଦାୟକ ଏବଂ ସ୍ମରଣୀୟ ମଧ୍ୟ। ଆଜିର ଦିନରେ ଏହି ଭାରତ ମାତା  ତାର ୪୦ଗୋଟି ସନ୍ତାନକୁ ହରେଇଥିଲା। ଏହା ତାଙ୍କ ପରିବାର ପ୍ରତି ଓ ସମଗ୍ର ବିଶ୍ୱ ପ୍ରତି ଅତ୍ୟନ୍ତ ମର୍ମାହତ ଓ ଦୁଖଃଦପୂର୍ଣ୍ଣ ଘଟଣା। ଏହି ବୀର ଶହୀଦ ଯବାନମାନଙ୍କ ସ୍ମତି ନିମନ୍ତେ ଆଜି ଭୁବନେଶ୍ୱର ମହାନଗର ତରଫରୁ ସ୍ଥାନୀୟ ରାମ ମନ୍ଦିରଠାରେ ସମୂହ ଦୀପଦାନ କରାଯିବା ସହିତ ସ୍ମୃତିଚାରଣ କରାଯାଇଥିଲା।

          ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମଟି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା କବିତା କହଁର, ମହାନଗର ସଂଗଠନ ସମ୍ପାଦକ ମିଲନ ମହାପାତ୍ରଙ୍କ ଉପସ୍ଥିତି ଏବଂ ଚଣ୍ଡି ପ୍ରସାଦ ସୁଆର ଙ୍କ ସଂଯୋଜନା ରେ ମହନଗରର ବହୁସଂଖ୍ୟକ କାର୍ଯ୍ୟକର୍ତ୍ତାଙ୍କୁ ନେଇ ରାମ ମନ୍ଦିର ମୁଖ୍ୟ ଫାଟକ ସାମ୍ନାରେ ସମ୍ପାଦନ ହୋଇଥିଲା ।

Leave A Reply

Your email address will not be published.