ଶ୍ରୀ ରାମକୃଷ୍ଣ ଆଶ୍ରମରେ ସ୍ବାମୀ ବୈରାଗ୍ୟ ନନ୍ଦଜୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା

କଳାହାଣ୍ଡି (ବସୁନ୍ଧରା)ଶ୍ରୀ ରାମକୃଷ୍ଣ ଆଶ୍ରମ , ମ.ରାମପୁର,କଳାହାଣ୍ଡି ର ପ୍ରତିଷ୍ଠାତା ଶ୍ରୀମଦ୍ ସ୍ବାମୀ ବୈରାଗ୍ୟନନ୍ଦଜୀଙ୍କ ର ପ୍ରଥମ ମହାପ୍ରୟାଣ ମହୋତ୍ସବ ପାଳନ ଅବସରରେ ତାଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଥିଲା । ଏଥିରେ କଲିକତା,ହିମାଚଳ ପ୍ରଦେଶ,ହରିଦ୍ଵାର,ଦିଲ୍ଲୀ ତଥା ଭାରତର ବିଭିନ୍ନ ସ୍ଥାନରୁ ୩୦ ଜଣ ସନ୍ୟାସୀ ଙ୍କ ସମେତ ଭୁବନେଶ୍ଵରର କେତେକ ବରିଷ୍ଠ ଅତିଥି ତଥା ସ୍ଥାନୀୟ ଜନସାଧରଣଙ୍କ ଓ ଆଶ୍ରମ ଅନ୍ତେବାସୀ ବୃନ୍ଦ ଏଥିରେ ଯୋଗଦାନ କରିଥିଲେ ।

ପ୍ରଥମେ ପ୍ରତିମୂର୍ତ୍ତି କୁ ହରିନାମ ସଙ୍କୀର୍ତ୍ତନ ସହିତ ଗୋଟିଏ ବିରାଟ ପଟୁଆରେ ମୋଟାଗଣ୍ଡା ଶିଖା ସ୍ଥିତ ସମାଧିପୀଠ କୁ ନିଆଯାଇ ରୀତିନୀତି ପୂଜାପାଠ , ହୋମଯଜ୍ଞ ସମ୍ପନ୍ନ କରାଯାଇ ଉପସ୍ଥିତ ବରିଷ୍ଠ ସନ୍ଥ ମାନଙ୍କ ଦ୍ଵାରା ଶୁଭ ଉନ୍ମୋଚନ କରାଯାଇଥିଲା । ସ୍ବାମୀ ବିବେକାନନ୍ଦ ମେମୋରିଆଲ ହଲରେ ମହାରାଜାଙ୍କର ସ୍କୃତିଚାରଣ ଉଦ୍ଧେଶ୍ୟରେ ଏକ ଆଧ୍ୟାତ୍ମିକ ସଭା ଆଶ୍ରମର ସମ୍ପାଦକ ସ୍ବାମୀ ଆଶୋକାନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ନିମନ୍ତ୍ରିତ ସାଧୁ ମାନଙ୍କ ମଧ୍ୟରୁ ସ୍ବାମୀ ଇଶ୍ୱରାନନ୍ଦ,ସ୍ବାମୀ ପରେଶାନନ୍ଦ , ସ୍ବାମୀ ସତ୍ୟବେଦାନନ୍ଦ,ସ୍ବାମୀ ଆସ୍ରୟାନନ୍ଦ,ଆଚାର୍ଯ୍ୟ ମନୁଦେବା ଓ ଶୁଭାକଂକ୍ଷ୍ୟୀ ମାନଙ୍କ ମଧ୍ୟରୁ ଭୁବନେଶ୍ଵରର ଶ୍ରୀ ରମାକାନ୍ତ ମିଶ୍ର,ଶ୍ରୀ ପର୍ଶୁରାମ ଦ୍ବିବେଦୀ,ଶ୍ରୀ ସୀତାବଳଭ ମହାପାତ୍ର,ଏବଂ ସ୍ଥାନୀୟ ଶ୍ରୀ ସପନ କୁମାର ପଟ୍ଟନାୟକ ,କୁମାର ବିମଳ ଚନ୍ଦ୍ର ସିଂ ଦେଓ , ସୁବାସ ଚନ୍ଦ୍ର ଆଚାର୍ଯ୍ୟ, ସମେତ ଭକ୍ତ ମାନେ ପୂଜାଷ୍ପଦ ସ୍ୱାମୀଜୀଙ୍କର ସ୍ମୃତୀଚରଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ପରିଶେଷରେ ଲୋକନୃତ୍ୟ ଘୁମୁରା ପ୍ରଦର୍ଶନ କରାଯାଇ ସଭାସଙ୍ଗ ପୂର୍ବକ ଏକ ଭବ୍ୟ ସାଧୁ ଭଣ୍ଡାରରେ ସମସ୍ତ ସାଧୁଙ୍କୁ ଧନ୍ୟବାଦ ଦିଆଗଲା ।
କେସିଙ୍ଗା ରୁ ନୃପ ରାଜ ସାହୁ ଙ୍କ ରିପୋର୍ଟ

Leave A Reply

Your email address will not be published.

seventeen − 16 =