୬୭ ବର୍ଷ ହେଲାଣି ହେଲେ ମଧୁବାବୁ ପେନସନ ଯୋଜନାରୁ ବଞ୍ଚିତ, ଭୁଆଁ ବୁଲଉଛି ପ୍ରଶାସନ

କଳାହାଣ୍ଡି,(ବସୁନ୍ଧରା) କଲମପୁର ବ୍ଲକ ଅନ୍ତର୍ଗତ ସାଗଵାରୀ ଗ୍ରାମର ଶ୍ରୀମତୀ କମଳା ସାହୁ ଙ୍କ ବର୍ଷ ଆଜିକୁ ୬୭ ବର୍ଷ ହେଲାଣି , ହେଲେ ମଧୁବାବୁ ପେନସନ ଯୋଜନା ରୁ ବଞ୍ଚିତ । ପ୍ରଶାସନ ଅଧିକାରୀଙ୍କୁ ବାରମ୍ବାର ନିଜ ବ୍ୟକ୍ତିଗତ କାଗଜପତ୍ର ଦେଲେ ମଧ୍ୟ କିଛି ସୁବିଧା ପାଉନାହାନ୍ତି , ଆଜି ହେବ କାଲି ହେବ ବୋଲି ଭୁଆଁ ବୁଲୋଛନ୍ତି ପ୍ରଶାସନ ଅଧିକାରୀ। ଶ୍ରୀମତୀ କମଳା ୨୦୧୭ ମସିହାରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ସିଧାସଳଖ ଯାଇ ଦରଖାସ୍ତ ଦେଇଥିଲେ ହେଲେ ତାହାମଧ୍ୟ ବିଫଳ ହେଲେ । କହିବାକୁ ଗଲେ ଶ୍ରୀମତୀ କମଳା ଙ୍କ ସ୍ବାମୀ ଜଣେ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ବୃଦ୍ଧ ବ୍ୟକ୍ତି । ସ୍ବାମୀ ସେବାରେ ତାଙ୍କ ନିତିଦିନିଆ ଜୀବନ କାଟୁଛନ୍ତି କମଳା । ନା ଅଛି କୌଣସି ରୋଜଗାର ର ବାଟ ନା ଅଛି ସ୍ଵାମୀଙ୍କ ଭରସା। ଏନେଇ କମଳା କହିବା ଅନୁସାରେ ଯଦି ସରକାରୀ ମାସିକ ଭତ୍ତା ତାଙ୍କୁ ଦିଆଗଲେ ସେ ନିଜ ପେଟ ପୋଷିବା ପାଇଁ କିଛି ସକ୍ଷମ ହେବେ ।
କଲମପୁର ରୁ ରଞ୍ଜନ କୁମାର ସାହୁ ଙ୍କ ରିପୋର୍ଟ

Leave A Reply

Your email address will not be published.