ପ୍ରଧାନଶିକ୍ଷକଙ୍କୁ ବଦଳି ଦାବିରେ ସ୍କୁଲ ସମ୍ମୁଖରେ ଗଣ ଧାରଣା

କଳାହାଣ୍ଡି (ବସୁନ୍ଧରା) କେସିଙ୍ଗା ବ୍ଲକ ଅନ୍ତର୍ଗତ ମଶାଣି ବନ୍ଧ ଗ୍ରାମର ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବଂଶୀଧର ରାଉତ ଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣି ଶିକ୍ଷକ ଙ୍କୁ ବଦଳି ଦାବି କଲେ ସ୍କୁଲ ପରିଚାଳନା କମିଟି ସମେତ ଅଭିଭାବକ ।

ସୂଚନା ଅନୁସାରେ ଶ୍ରୀ ରାଉତ ସରକାରଙ୍କ ମାଗଣା ବଣ୍ଟନ ବହିକୁ ଅଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀ ଙ୍କୁ ବିକ୍ରି କରୁଛନ୍ତି, ବିଦ୍ୟାଳୟ ପରିସରରେ ଥିବା ଗଛ ଓ ବିଭିନ୍ନ ସମ୍ପତ୍ତି କୁ ମାନମାନି ବିକ୍ରି କରି ନିଜ ବ୍ୟକ୍ତିଗତ ଖର୍ଚ୍ଚ କରୁଛନ୍ତି ।

ବିଦ୍ୟାଳୟର ଯେକୌଣସି ଖର୍ଚ୍ଚ ର ଖବର କିମ୍ବା ହିସାବ ଦେଉନାହାନ୍ତି ସ୍କୁଲ ପରିଚାଳନା କମିଟି କୁ । ଚାଲିଛି ପ୍ରଧାନଶିକ୍ଷକ ଙ୍କ ମନମୁଖୀ କାର୍ଯ୍ୟ। ଏନେଇ ପ୍ରଶାସନ କୁ ବାରମ୍ବାର ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନେଉନାହାଁନ୍ତି ପ୍ରଶାସନିକ ଅଧିକାରୀ । ତେଣୁ ଶ୍ରୀଯୁକ୍ତ ବଂଶୀଧର ରାଉତ ଙ୍କୁ ମସାନିବନ୍ଧ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ୱ ନଦେଇ ଅନ୍ୟ ବିଦ୍ୟାଳୟକୁ ବଦଳି ନିମନ୍ତେ ବିଦ୍ୟାଳୟ ସମ୍ମୁଖରେ ଦାବି ଜଣାଇଥିଲେ ଗ୍ରାମବାସୀ ।
କେସିଙ୍ଗାରୁ ନୃପ ରାଜ ସାହୁଙ୍କ ରିପୋର୍ଟ

Leave A Reply

Your email address will not be published.