ଶ୍ୟାମ ଦାଦାଙ୍କ ଆତ୍ମାର ସଦଗତି ପାଇଁ ବିଜୁ ଯୁବ ଜନତା ଦଳ ତରଫରୁ ମହମବତୀ ଶୋଭାଯାତ୍ରା

କଳାହାଣ୍ଡି(ବସୁନ୍ଧରା) ବିଜୁ ଯୁବ ଜନତା ଦଳର ପୂର୍ବତନ କଲମପୁର ବ୍ଲକ ଯୁବ ସଭାପତି ତଥା କଳାହାଣ୍ଡି କ୍ୟାରିୟର ଏକାଡ଼େମୀର ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ପଣ୍ଡା ଦାଦାଙ୍କ ପରଲୋକ ହୋଇଛି । ତାଙ୍କର ଅମର ଆତ୍ମା ର ସଦଗତି ନିମନ୍ତେ ଆଜି କଲମପୁର ବ୍ଲକ ର ଦେପୁର ଗ୍ରାମ ରେ ବିଜୁ ଛାତ୍ର ଜନତା ଦଳ ଏବଂ ବିଜୁ ଯୁବ ଜନତା ଦଳ ତରଫରୁ ରୁ ଗୋଟିଏ ମହମବତୀ ଶୋଭାଯାତ୍ରା ଏବଂ ନିରବ ପ୍ରାର୍ଥନା ହୋଇଥିଲା ।ଏଥିରେ ଛାତ୍ର ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ମନୋରଞ୍ଜନ ମୁଣ୍ଡ,ଛାତ୍ର ବିଜେଡି କଲମପୁର ବ୍ଲକ ସଭାପତି ଶ୍ରୀ ମୁକେଶ କୁମାର ପାତ୍ର, ଏକାଡେମି ର ପୂର୍ବତନ ଛାତ୍ର ଶ୍ରୀ ରୋନିତ କୁମାର ପଣ୍ଡା,ଛାତ୍ର ବିଜେଡି କଲମପୁର ବ୍ଲକ ଉପସଭାପତି ଶ୍ରୀ ସଞ୍ଜୟ ପୁରୋହିତ, ଯୁବ ଜନତା ଦଳ ର ଶ୍ରୀ ନବ କିଶୋର ନାଗ, ଦେପୁର ଗ୍ରାମ ର ଭଦ୍ର ବ୍ୟକ୍ତି ମାନେ ଗ୍ରାମ ର ଛୋଟ ବଡ ଭାଇମାନେ ଏବଂ କଲମପୁର ବ୍ଲକ ର ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଶଙ୍କରସଣ ବେହେରା ଉପସ୍ଥିତ ଥିଲେ ।
କଲମପୁରରୁ ରଞ୍ଜନ କୁମାର ସାହୁଙ୍କ ରିପୋର୍ଟ

Leave A Reply

Your email address will not be published.