ବିଶ୍ୱ ପ୍ରସିଦ୍ଧ ଓଳାଶୁଣୀ ମେଳାରେ ୧୪୪ ଧାରା ଜାରି।

ଯାଜପୁର,(ବସୁନ୍ଧରା):ଯାଜପୁର ଜିଲ୍ଲା ପ୍ରସିଦ୍ଧ ବୌଦ୍ଧ ପୀଠ ଲଳିତଗିରିର ଅନତି ଦୂରରେ ମା ଓଳାଶୁଣି ପୂଜା ପାଆନ୍ତି , ଏହା ମାଘ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଏକ ବିରାଟ ମେଳାର ଆୟୋଜନ ହୋଇଥାଏ । ଓଡ଼ିଶାରେ ଯେତେ ଗୁଡିଏ ଗୁମ୍ଫାକ୍ଷେତ୍ର ଦେଖାଯାଏ ତନ୍ମଧ୍ୟରୁ ଓଳାଶୁଣୀ ଗୁମ୍ଫା ଅନ୍ୟତମ । ଏଠାରେ ଅଧିଷ୍ଠାତ୍ରୀ ଦେବୀ ମା ଓଳାଶୁଣୀ ପୂଜା ପାଆନ୍ତି । ପ୍ରତି ବର୍ଷ ଅନେକ ଭକ୍ତ ଏଠାକୁ ଆସନ୍ତି ପୂଜାର୍ଚ୍ଚନା କରିବା ପାଇଁ । ହେଲେ ଚଳିତ ବର୍ଷ କରୋନା ମହାମାରୀ ପାଇଁ ପ୍ରଶାସନ ପକ୍ଷରୁ ଏହି ପୀଠରେ ୧୪୪ ଧାରା ଲାଗୁ କରାଯାଇଛି ।

ଯାତ୍ରା ଓ ମେଳା ମହୋତ୍ସବ ବନ୍ଦ କରିବା ସହ ଭକ୍ତ ମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ଦର୍ଶନ କରିବାକୁ ପ୍ରଶାସନ ପକ୍ଷରୁ ରୋକ ଲଗାଯାଇଛି । ଶାନ୍ତିପୂର୍ଣ୍ଣ ଭାବେ ମେଳାକୁ ସମ୍ପର୍ଣ୍ଣ କରିବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁକରାଯାଇଛି । ଏଠାରେ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ପୂଜା ପାଉଥିବା ବେଳେ , ଠାକୁରଙ୍କ ପାଖରେ ଶୁଖୁଆ,ପୋଡ ପିଠା ଭୋଗ କରାଯାଇଥାଏ । କିମ୍ବଦନ୍ତୀ ଯାହା କହୁଛି ଏଠାରେ ପ୍ରାଣ ପ୍ରତିଷ୍ଠାତା ସନ୍ଥ ଅରକ୍ଷିତ ଦାସ । ଯାହାଙ୍କର ପୂର୍ବନାମ ଥିଲା ବଳଭଦ୍ର ଦେବ ।

ଅରକ୍ଷିତ ଦାସ ଥିଲେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ବଡ଼ଖେମୁଣ୍ଡି ରାଜ୍ୟର ପ୍ରଜାବତ୍ସଳ ରାଜା ପଦ୍ମନାଭ ଦେବ । ପିତାଙ୍କ ଅନ୍ତେ ରାଜସିଂହାସନରେ ଦାବିଦାର ହୋଇଥିଲେ ମଧ୍ୟ ୧୮ ବର୍ଷ ବୟସରେ ଐସୁର୍ଯ୍ୟର ମୋହକୁ ତୁଚ୍ଛ କରି ପରଂବ୍ରହ୍ମଙ୍କ ପରମ ତତ୍ୱ ଅନୁସଣରେ ଗୃହ ତ୍ୟାଗ କରି ଯୌବନ ଅବସ୍ଥାରେ ସନ୍ୟାସ ଧର୍ମ ଗ୍ରହଣ କରିଥିଲେ । କଥିତ ଅଛି ଯେ ଯେତେବେଳେ ଅରକ୍ଷିତ ଦାସ ରାଜପ୍ରାସାଦ ତ୍ୟାଗ କରି ଏକ ମହାନ ତତ୍ୱ ଅନୁସନ୍ଧାନରେ ବାହାରିଲେ ।

ରାସ୍ତା ମଧ୍ୟରେ ଏହି ଓଳାଶୁଣି ପାହାଡ ଦୃଷ୍ଟି ଗୋଚର ହୋଇଥିଲା । ସେ ଶେଷ ଜୀବନ ତକ ଓଳାଶୁଣିରେ କାଟିବା ପାଇଁ ମନସ୍ତ କଲେ । ୧୮୩୭ ମସିହାରେ ମାଘ କୃଷ୍ଣ ଏକାଦଶୀ ତିଥିରେ ସମାଧି ନେବା ପରେ । ତାଙ୍କ ଶ୍ରାଦ୍ଧ ଦିବସକୁ ଓଳାଶୁଣି ଗୁମ୍ଫା ମେଳା ଉତ୍ସବ ଭାବରେ ପାଳନ କରାଯାଏ ।

Leave A Reply

Your email address will not be published.