ଛଅ ବର୍ଷ ପରେବି ମିଳୁନି ସରକାରୀ ବିଧବା ଭତ୍ତା

କଳାହାଣ୍ଡି,(ବସୁନ୍ଧରା): କେସିଙ୍ଗା ବ୍ଲକ ଅଧିନସ୍ଥ ଭମରମାଳ ଗ୍ରାମ ସୁମତି ସାହୁ ବିଧବା ହେବାର ଛଅ ବର୍ଷ ପରେ ବି ବିଧବା ଭତ୍ତା ରୁ ବଞ୍ଚିତ । ସ୍ବାମୀ ଥିବା ସମୟରେ ଚାଷ କରି ମୂଲିଆ ଲାଗି ନିଜ ପରିବାର ଚଳାଉ ଥିଲେ ହେଲେ ଛଅ ବର୍ଷ ହେବ ସ୍ବାମୀ ଆରପାରିକୁ ଚାଲିଗଲେ । ପରେ ସୁମତୀ ବଞ୍ଜିବାରେ ଓ ନିଜର ନିତିଦିନିଆ ଖର୍ଚ୍ଚରେ ବହୁତ ଅସୁବିଧା ସାମ୍ନା କରୁଛନ୍ତି। ସରକାରଙ୍କ ବିଧବା ଭତ୍ତା ଯୋଜନା ଥିଲେ ମଧ୍ୟ ତାଙ୍କ ପାଇଁ ସେହି ଯୋଜନା ଅନ୍ଧାର , ଏନେଇ ନିଜ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଙ୍କୁ ଓ କେସିଙ୍ଗା ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ବାରମ୍ବାର ସାକ୍ଷାତ୍ କରିବା ପରେ ମଧ୍ୟ କୌଣସି ସୁବିଧା ପାଇପାରୁନାହାନ୍ତି । ସୂମତୀ କହିବା ଅନୁସାରେ ନିଜ ସ୍ୱାମୀର ମୃତ୍ୟୁ ସମୟରେ ସରକାରୀ ହରିଶ୍ଚନ୍ଦ୍ର ଯୋଜନା ରୁ ବଞ୍ଚିତ ହେଲେ ।
କେସିଙ୍ଗା ରୁ ନୃପରାଜ ସାହୁ ଙ୍କ ରିପୋର୍ଟ

Leave A Reply

Your email address will not be published.