ଭବାନୀପାଟଣା,(ବସୁନ୍ଧରା):ଆଜି କଳାହାଣ୍ଡି ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ଡିଜିଟାଲ ଡ୍ରାଇଭ ମେମ୍ବରସିପ କାର୍ଯ୍ୟକ୍ରମକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ଆଜି ଜିଲ୍ଲା ଛାତ୍ର ବିଜେଡି ର ସମସ୍ତ ବ୍ଲକ/ଟାଉନ ସଭାପତି ଓ ଆଇଟି ହିଁସଂଯୋଜକ ମାନଙ୍କୁ ନେଇ ଏକ ଡିଜିଟାଲ ୱାର୍କସପ ଭବାନୀପାଟଣା ପାର୍ଟି ଅଫିସରେ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ କୁମାର ସାହୁଙ୍କ ନେତୃତ୍ୱରେ ହୋଇଥିବା ଏହି ଡିଜିଟାଲ ୱାର୍କସପ କାର୍ଯ୍ୟକ୍ରମରେ ଡିଜିଟାଲ ଡ୍ରାଇଭ ମେମ୍ବରସିପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଛାତ୍ରନେତା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ବିଜେଡି ଯୁବନେତା ଶ୍ୟାମ ପଣ୍ଡା ଙ୍କ ଦୁର୍ଘଟଣା ଜନିତ ବିୟୋଗ ହୋଇଥିବାରୁ ତାଙ୍କ ପ୍ରତି ଏକ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ଶକ୍ତି,ଶିଳ୍ପ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ବିଜୁ ଛାତ୍ର ଜନତା ଦଳରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ଅବିନାଶ ଠାକୁର, ରାଜ୍ୟ ଯୁବ ଉପସଭାପତି ଶ୍ରୀ ମଣ୍ଟୁ ନାୟକ, ଜିଲ୍ଲା ଯୁବ ସଭାପତି ଶ୍ରୀ ଆଦିତ୍ୟ ନନ୍ଦ ,ବିଜେଡି ଉପସଭାପତି ଶ୍ରୀ ଜିତେନ୍ଦ୍ର ମହାନ୍ତି ,ପ୍ରଦୀପ ମୁଣ୍ଡ, ଯୁବ ନେତା ଶ୍ରୀ ଦିନେଶ ବଗର୍ତ୍ତି, ରାଜ୍ୟ ଯୁବ ଯୁଗ୍ମ ସମ୍ପାଦକ ଶ୍ରୀ ରବି ପଟ୍ଟନାୟକ , ଜିଲ୍ଲା IT ସେଲ ସଂଯୋଜକ ଶ୍ରୀ ସତ୍ୟବ୍ରତ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର ବିଜେଡି IT ସେଲ ସଂଯୋଜକ କିରଣ କୁମାର ପ୍ରଧାନୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିକାଶ ରଞ୍ଜନ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।
ଭବାୀପାଟଣାରୁ ବଳମନ୍ତ ନାୟକଙ୍କ ରିପୋର୍ଟ