ରାଜ୍ୟରେ ଖୋଲିପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠପଢା

ଭୁବନେଶ୍ୱର,(ବସୁନ୍ଧରା): ରାଜ୍ୟରେ ଦଶମ, ଦ୍ୱାଦଶ ଶ୍ରେଣୀ ପାଠପଢା ଆରମ୍ଭ ହୋଇଥିବା ବେଳେ ଏକାଦଶ ଓ ନବମ ଶ୍ରେଣୀ ପାଠପଢା ଆଉ ଦିନ କେଇଟା ପରେ ଖୋଲିବାକୁ ଯାଉଛି । ଏହାରି ମଧ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାର ସମ୍ଭାବନା ରହିଛି । ସ୍କୁଲ ଖୋଲିବା ପ୍ରସଙ୍ଗରେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ମନ୍ତବ୍ୟ ଦେଇ କହିଛନ୍ତି ଯେ, ‘ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଏସଓପି ପ୍ରସ୍ତୁତ କରାଯାଉଛି । ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ଖୋଲିବା ପାଇଁ ଏସଆରସି ମାର୍ଗଦର୍ଶିକା ଜାରି କରିଛନ୍ତି । ଅଙ୍ଗନାବାଡି ଯେହେତୁ ଖୋଲିଲାଣି, ପ୍ରଥମରୁ ଅଷ୍ଟମ ଖୋଲାଯିବ ।’ କିନ୍ତୁ କେବେଠାରୁ ସ୍କୁଲ ଖୋଲାଯିବ, ସେନେଇ କିଛି ସ୍ପଷ୍ଟ କରିନାହାନ୍ତି ଗଣଶିକ୍ଷା ମନ୍ତ୍ରୀ ।

Leave A Reply

Your email address will not be published.