ଆସନ୍ତାକାଲି ଜୀବନଜ୍ୟୋତି କ୍ଲବରେ କୁମାରବସ୍ତ VS ବାଙ୍କୀ କ୍ରିକେଟ କ୍ଲବର ମ୍ୟାଚ

ବାଙ୍କୀ(ବସୁନ୍ଧରା) ୨୫ ତମ ମାନସ ମେମୋରିଆଲ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁମାରବସ୍ତ ସେମିରେ କଳାପଥର ଧଳାପଥର ଉଚ୍ଚ ବିଦ୍ୟାଳୟ କ୍ରୀଡା ପ୍ରାଙ୍ଗଣରେ ଜିବନଜ୍ଯୋତି କ୍ରିକେଟ କ୍ଲବ ଆନୁକୂଲ୍ୟରେ ୨୫ ତମ ମାନସ ମେମୋରିଆଲ ର ଅନ୍ତିମ କ୍ବାଟର ଫାଇନାଲ ମ୍ଯାଚ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ କୁମାରବସ୍ତ ଏବଂ ମଞ୍ଚେଶ୍ବର କ୍ରିକେଟ କ୍ଲବ ଭୂବନେଶ୍ବର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆଜିର ମ୍ଯାଚରେ କୁମାରବସ୍ତ ଦଳ ପ୍ରଥମେ ଟଚ୍ ଜିତି ବ୍ଯାଟିଙ୍ଗ କରିବାପାଇଁ ନିଷ୍ପତ୍ତି ନେଇଥିଲା। କୁମାରବସ୍ତ ଦଳ ପ୍ରଥମେ ବ୍ଯାଟିଙ୍ଗ ୨୫ ଓଭରରେ ୯ ୱିକେଟ ହରାଇ ୨୪୫ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ପ୍ରଥମେ ଉତମ ମହାନ୍ତି ବ୍ୟକ୍ତିଗତ ୧୪୫ ରନ୍ ଏବଂ ଅନିଲ ମହାପାତ୍ର ୩୪ ରନ୍ ସଂଗ୍ରହ କରିଥିଲେ। ରବିନ୍ଦ୍ର ନାୟକ ଏବଂ ନିରଞ୍ଜନ ବେହେରା ୩ଟି ଲେଖାଏଁ ସଫଳତା ହାସଲ କରିଥିଲେ। ଦ୍ୱିତୀୟ ଇନିସ ରେ ଦଳର ସଲମାନଙ୍କ ୬୬ ଓ ଦୀପ୍ତିରଞ୍ଜନ ୭୬ ରନ୍ ସହାୟତାରେ ୭ ୱିକେଟ ହରାଇ ୨୩୧ ରନ୍ ସଂଗ୍ରହ କରିଥିଲା ଏବଂ କୁମାରବସ୍ତ ଦଳ ଚତୁର୍ଥ ଦଳ ଭାବରେ ସେମିଫାଇନାଲ କୁ ପ୍ରବେଶ କରିଥିଲା ।ଆଜିର ମ୍ଯାଚ ରେ କୁମାରବସ୍ତ ଦଳର ଉତମ ମହାନ୍ତି ମ୍ଯାନ ଅଫ ଦି ମ୍ଯାଚ ହୋଇଥିଲେ। ଆଜିର ଖେଳକୁ ମନୋଜ ମହାପାତ୍ର ଓ ରାରାଜକିଶୋର ମହାପାତ୍ର କରିଥିବାବେଳେ ସ୍କୋରର ଦାୟିତ୍ୱରେ ଆର୍ ଲାମା ଏବଂ ଘୋଷକ ଭାବେ ମୁକେଶ କୁମାର ଦାୟିତ୍ୱ ଗ୍ରହଣ କରିଥିଲେ ଏଥିସହ କାର୍ଯ୍ୟ ପରିଚାଳନା ସୁଧିରଞ୍ଜନ ପଣ୍ଡା କରିଥିବା ବେଳେ ଦିପକ ନାୟକ ସହାୟତା ପ୍ରଦାନ କରିଥିଲେ। ଆସନ୍ତା କାଲିର ମ୍ଯାଚ କୁମାରବସ୍ତ ଓ ବାଙ୍କୀ ଆର୍ଥେଲେଟିକ୍ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.

eleven + 8 =