ମାହାଙ୍ଗା ଡବଲ ମର୍ଡର ର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳ ମୃତ।

ମାହାଙ୍ଗା,(ବସୁନ୍ଧରା): ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ଟାଙ୍ଗୀ ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତର ମୃତଦେହ ଉଦ୍ଧାର ହୋଇଛି । ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳର ମୃତଦେହ ଉଦ୍ଧାର କରିଛି ପୋଲିସ । ନିର୍ମାଣଧୀନ ଟୋଲ ଗେଟ୍ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ଟ୍ରକ ଚାପାରେ ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ ଏହା ଦୁର୍ଘଟଣା କି ହତ୍ୟା, ତାହାର ତଦନ୍ତ କରୁଛି ଟାଙ୍ଗୀ ପୋଲିସ ।

ମହାଙ୍ଗାରୁ ସନ୍ତୋଷ ସାହୁଙ୍କ ରିପୋର୍ଟ।

Leave A Reply

Your email address will not be published.