କଲମପୁର ସହରରେ ଲୁଟେରାଙ୍କ ଆତଙ୍କ, ଡିକି ଭାଙ୍ଗି ଟଙ୍କା ଚୋରି।


କଲମପୁର,(ବସୁନ୍ଧରା): ଆଜି ପ୍ରାୟ ୧୧.୩୦ ଘଣ୍ଟା ସମୟର ଘଟଣା କଲମପୁର ବ୍ଲକ ଅନ୍ତର୍ଗତ ବଲଗାଁ ଗ୍ରାମର ଶ୍ରୀ ବିନୋଦ ସୁରୁଜାଲ୍ ନିଜ ଚାଷ ଅର୍ଜିତ ଟଙ୍କା କଲମପୁର ସମବାୟ ବ୍ୟାଙ୍କ ରୁ ମୋଟ୍ ୨୦,୦୦୦ (କୋଡ଼ିଏ ହଜାର) ଟଙ୍କା ଉଠାଇ କଲମପୁର ସ୍ଥିତ ପେଟ୍ରୋଲ ପମ୍ପ କୁ ନିଜ ଗାଡିରେ ତେଲ ପକାଇବାକୁ ଯାଇଥିଲେ ।

ତେଲ ପକାଇ ଫେରି କଲମପୁର ସହର ର ପଣ୍ଡାପାର୍ଟ ଦୋକାନ ସାମ୍ନାରେ ନିଜ XL Super RegdNo. ୫୪୫୦ no ଗାଡ଼ି ରଖି ପଣ୍ଡାପାର୍ଟ୍ ଦୋକାନକୁ କୌଣସି ଜିନିଷ କିଣିବାକୁ ଯାଇଥିଲେ , କିନ୍ତୁ ଅଳ୍ପ ସମୟରେ କାମ ସାରି ନିଜ ଗାଡି ପାଖକୁ ଆସି ଦେଖିଲା ବେଳକୁ ଡିକିରେ ଥିବା ୨୦,୦୦୦ ହଜାର ଟଙ୍କା ସହିତ ନିଜର ବ୍ୟକ୍ତିଗତ କାଗଜପତ୍ର ନଥିଲା । ଆଖପାଖ ରେ ଥିବା ସମସ୍ତ ଲୋକଙ୍କୁ ପଚାରିବାରୁ ଲୋକେ କିଛି ଜାଣିନଥିବା କହିଥିଲେ । ପରେ ଶ୍ରୀ ବିନୋଦ ଏନେଇ କଲମପୁର ପୋଲିସ ପଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ।
।। କଲମପୁର ରୁ ରଞ୍ଜନ କୁମାର ସାହୁ ଙ୍କ ରିପୋର୍ଟ ।।

Leave A Reply

Your email address will not be published.