କୃଷି ଉତ୍ପାଦନରେ ଏମଏସପି ଜାରି ରହିବ

ନୂଆଦିଲ୍ଲୀ( ବସୁନ୍ଧରା) କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି । ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । ଏହି ବଜେଟରେ ଚାଷୀଙ୍କ ଉନ୍ନତି ପାଇଁ ବ୍ୟାପକ ବ୍ୟବସ୍ଥାମାନ ହୋଇଛି । କୃଷି ଉତ୍ପାଦନରେ ଏମଏସପି ଜାରି ରହିବ । ୨୦୨୧ରେ ଏମଏସପିରେ ୧.୭୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଚାଷୀଙ୍କ ଆୟ ଦେଢ ଗୁଣ ବଢାଇବାକୁ ବ୍ୟାପକ ପଦକ୍ଷେପମାନ ନିଆଯାଇଛି । ଧାନ ପାଇଁ ୨୦୧୩ରେ ଚାଷୀଙ୍କୁ ୬୩ ହଜାର କୋଟି ଟଙ୍କା ଦିଆଯାଇଥିଲା । ୨୦୧୯ରେ ଚାଷୀଙ୍କୁ ଉତ୍ପାଦିତ ଧାନ ପାଇଁ ୧,୪୧,୯୩୦ କୋଟି ଟଙ୍କା ମିଳିଛି । ଚଳିତ ବର୍ଷ ଏହି ପରିମାଣ ୧,୭୨, ୭୫୨ କୋଟି ଟଙ୍କା ହେବା ଆକଳନ କରାଯାଇଛି । ସ୍ୱାମିତ୍ୱ ଯୋଜନାରେ ୧.୮୦ ଲକ୍ଷ ଲୋକଙ୍କୁ ଜମିପଟ୍ଟା ମିଳିଛି । ଚଳିତବର୍ଷ ଏହା ସବୁ ରାଜ୍ୟକୁ ସଂପ୍ରସାରଣ କରିବାକୁ ଯୋଜନା ରହିଛି ।

ଏହା ସହ ୨୦୨୦-୨୧ରେ ୭୫ ହଜାର କୋଟି ଟଙ୍କା ଗହମ ଚାଷୀଙ୍କୁ ଦିଆଯାଇଛି । ଏଥିପାଇଁ ୪୩.୩୬ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ଚଳିତ ଆର୍ଥିକ ବର୍ଷରେ ୧.୭୫ ଲକ୍ଷ କୋଟି ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.