ପୁରୀ ପୋଲିସ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପୁରୀ ,(ବସୁନ୍ଧରା ):ପୁରୀ ସଦର ଶିକ୍ଷାବିଭାଗ ଅନ୍ତର୍ଗତ ପୋଲିସ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରାଜଶ୍ରୀ ରଥ ଙ୍କୁ ବିଦ୍ୟାଳୟ ସଭାଗୃହ ରେ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।(ମୋ ସ୍କୁଲ ଅଭିଯାନ)ପୁରାତନ ଛାତ୍ର,ଛାତ୍ରୀ ସଂସଦ ର ସମ୍ପାଦକ ଲୋକନାଥ ସାହୁ ଯୋଗଦାନ କରି ଶିକ୍ଷକ, ଶିକ୍ଷୟତ୍ରୀ ମାନେ ସେମାନଙ୍କ କର୍ତ୍ତବ୍ୟ ପରାୟଣତାର ସେ ଉଚ୍ଚ ପ୍ରଶଂସା କରିଛନ୍ତି। ପରେ ଶିକ୍ଷୟତ୍ରୀଙ୍କୁ ଫୁଲତୋଡା, ମାନପତ୍ର, ଫୁଲଗଛ ଏବଂ ଉପଢୌକନ ଦେଇ ସମର୍ଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସମାରୋହରେ ସଂମାନିତ ଶିକ୍ଷକ ପ୍ରଭାତ କୁମାର ଦାଶ,ପୂର୍ଣ୍ଣ ଚନ୍ଦ୍ର ଜେନା, ରଞ୍ଜନ କୁମାର ଷଡ଼ଙ୍ଗୀ, ଦେବବ୍ରତ ବେଦମତ୍ତା,ଧ୍ରୁବ ଚରଣ ଦାସ ଶିକ୍ଷୟତ୍ରୀ ସଂଧ୍ୟାରାଣୀ ଦେବୀ, ନିର୍ମଳା ଫତେସିଂ,ଅଞ୍ଜଳି ରଥ, ସୁଚିତ୍ରା ମିଶ୍ର,କସ୍ତୁରୀକା ଦାସ, ସୁଲୋଚନା ତ୍ରିପାଠୀ, ଅନ୍ନପୂର୍ଣ୍ଣା ଦେବୀ ଏବଂ ପୁରାତନ ଛାତ୍ର ଦିଲୀପ ନନ୍ଦ, ସଚିକାନ୍ତ ସାହୁ, ପ୍ରକାଶ ଗୋଛି, ଜଗନ୍ନାଥ ଷଡଙ୍ଗୀ, ଅନୀଲ ସାହୁ, ବିଶ୍ଵଜିତ ପାଇକରାୟ,ମନୋଜ ସାହୁ,ରାକେଶ ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଥିଲେ। ଶେଷରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନମିତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିସହ ନାରାୟଣ ମହାନ୍ତି, ଲଷ୍ମୀଧର ସାହୁ କାର୍ଯ୍ୟକ୍ରମ କୁ ସୁଚାରୁରୁପେ ତୁଲାଇଥିଲେ।

Leave A Reply

Your email address will not be published.