ଜିଲ୍ଲା ଯୁବମୋର୍ଚ୍ଚା ସଭାପତିଙ୍କୁ ସମ୍ବର୍ଦ୍ଧନା ।


କଲମପୁର,(ବସୁନ୍ଧରା) : କଳାହାଣ୍ଡି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ବିଜୟଦେବ ସାହୁ ଙ୍କୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ କରିଥିଲା କଲମପୁର ବ୍ଲକ ବିଜେପି ।

ଶ୍ରୀ ସାହୁ ପୂର୍ବରୁ ଦୁଇ (୨) ଥର ନିଜ ଗ୍ରାମପଞ୍ଚାୟତର ସରପଞ୍ଚ ଭାବରେ ବିଜୟ ହୋଇ ନିଜ ଅଞ୍ଚଲରେ ବହୁତ ସୁନାମ ଧନ୍ୟ ଅର୍ଜନ କରିଛନ୍ତି। ବର୍ତ୍ତମାନ ସେ କଲମପୁର ବ୍ଲକ ଜୋନ – ୨ ର ଜିଲ୍ଲାପରିଷଦ ଭାବେ କାର୍ଯ୍ୟ କରୁଛନ୍ତି।

ତାଙ୍କ କାର୍ଯ୍ୟ ଶୈଳୀରେ ଖୁସି ହୋଇ ତାଙ୍କୁ କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପଦରେ ମନୋନୀତ କରାଯାଇଛି । ଏହି ଅବସରରେ ତାଙ୍କୁ ସମ୍ବର୍ଦ୍ଧନା ସଭା ଆୟୋଜିତ ହେଇଥିଲା ଏହି ସଭାରେ ରାଜ୍ୟ ବିରୋଧୀ ଦଳର ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ, ଜିଲ୍ଲା ଉପାଧ୍ୟକ୍ଷ ଶ୍ରୀ ଭବସିନ୍ଧୁ ମଙ୍ଗରାଜ, ଭାରତୀୟ ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଶ୍ରୀ ଦିବ୍ୟଜ୍ୟୋତି ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।
କଲମପୁର ରୁ ରଞ୍ଜନ କୁମାର ସାହୁ ଙ୍କ ରିପୋର୍ଟ

Leave A Reply

Your email address will not be published.