ଯାଜପୁରରେ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱରର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲା ନେଇ ଆଜି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ଯାଜପୁରରେ ପହଞ୍ଚିଛନ୍ତି ।

ସେପଟେ ଘଟଣା ଦିନର ଏବେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଆଉ ଏହି ଭିଡିଓଟି ଭୁବନେଶ୍ୱର ଧର୍ମବିହାରରେ ଥିବା ଏକ ଗେଷ୍ଟ ହାଉସର ସିସିଟିଭି ଫୁଟେଜ ବୋଲି ଜଣାପଡିଛି । ଗତ ୨୬ ତାରିଖରେ ରାତିରେ ଏହି ଗେଷ୍ଟ ହାଉସରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ରହିଥିଲେ ଝରାଫୁଲ । ଏହା ପରେ ୨୭ ତାରିଖ ସକାଳେ ଗେଷ୍ଟ ହାଉସରୁ ଝରାଫୁଲକୁ ଏକ ସ୍କୁଟିରେ ନେଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ଆଉ ଜଣେ ଯୁବକ ସ୍କୁଟିରେ ଝରାଫୁଲକୁ ନେଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସିସିଟିଭି ହାର୍ଡଡିସ୍କକୁ ପୁଲିସ ଜବତ କରି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଛି ।

ଆଜି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଯାଜପୁର କୁଆଖିଆର ଦିଆଲଖଣ୍ଡରେ ପହଞ୍ଚିଛନ୍ତି । ଏହାଠାରୁ ଝରାଫୁଲଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଅଭିଯୁକ୍ତ ରାକେଶ ଓ ତାର ସହଯୋଗୀ ସ୍କୁଟରରେ ଝରାଫୁଲଙ୍କ ମୃତଦେହକୁ ଆଣି ଏହିଠାରେ ପିଙ୍ଗିଦେଇ ଯାଇଥିଲେ । ଏଠାରେ ଥିବା ଏକ ଇଟା ଫ୍ୟାକ୍ଟ୍ରିରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା ପୁରା ଦୃଶ୍ୟ । ତେବେ ମହିଳା କମିଶନ ପହଞ୍ଚି ପୋଲିସ ସହିତ ଆଲୋଚନା କରିବା ସହ ମାମଲାର ଛାନଭିନରେ ଗତି ଦେବାକୁ ଚାପ ପକାଇବେ ବୋଲି କହିଛନ୍ତି ।

Leave A Reply

Your email address will not be published.

6 + eight =