ଭୁବନେଶ୍ୱର,(ବସୁନ୍ଧରା):ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ର ମୃତ୍ୟୁ ରାଜ୍ୟରେ ଛାତ୍ରୀ ସୁରକ୍ଷାର ଅସଲ ଚେହେରା ପର୍ଦାଫାସ କରିଛି ।ବିଗତଦିନରେ କଲେଜ ଛାତ୍ରୀଙ୍କୁ ଅପହରଣ, ହତ୍ୟା ଧମକ ରେ ସରକାରଙ୍କର ନିଷ୍କ୍ରିୟତା ଏହିଭଳି ଜଘନ୍ୟ ଘଟଣାକୁ ପ୍ରସୟ ଦେଇଛି ।ହତ୍ୟା ପରେ ଏ ପର୍ଯ୍ୟନ୍ତ କୌଣସି ଆଖିଦୁର୍ଶୀୟା ପଦକ୍ଷେପ ମଧ୍ୟ ନିଆଯାଇନାହିଁ ।ଏହି ଘଟଣାର ତୁରନ୍ତ ନିରପେକ୍ଷ ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ABVP ର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ଦାବି ରଖିଛନ୍ତି ।

ଆଜି ନ୍ୟାୟ ଦାବିକରି ABVP ଭୁବନେଶ୍ୱର ତରଫରୁ ଆନ୍ଦୋଳନ କର ଯାଇଥିଲା ।ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା କବିତା କହଁରଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ହୋଇଥିଲା ଏବଂ ଅନ୍ୟ ମାନଙ୍କ ମଧ୍ୟରେ ରମାଦେବୀ ବିଶ୍ୱ ବିଦ୍ୟାଳୟ ସଂଯୋଜିକ ପାୟଲ ପ୍ରିୟଦର୍ଶିନୀ, ଭୁବନେଶ୍ୱର ସଂଗଠନ ସମ୍ପାଦକ ମିଲନ ମହାପାତ୍ର , ମହାନଗର ସାମାଜିକ ଗଣମାଧ୍ୟମ ସଂଯୋଜକ ନିଷିତ ପଟନାୟକ, ମହାନଗର ଆଇନି ଆୟାମ ସଂଯୋଜକ ନିଖିଲ ରଞ୍ଜନ ତ୍ରିପାଠୀ, ଭୁବନେଶ୍ୱର ସଂଯୋଜକ ସୋମେଶ ଚନ୍ଦ୍ର ଦେ,ସୁଧାଂଶୁ ସାହୁ, ମନ୍ମଥ ଜେନା,SOA ନଗର ସଂଯୋଜକ ରଜୀତ ନାୟକ, ଚନ୍ଦ୍ରଶେଖରପୁର ନଗର ସୁକାନ୍ତ ପୃଷ୍ଟି, କୃଷି ନଗର ସଂଯୋଜକ ସୂର୍ଯ୍ୟ ପ୍ରକାଶ କର,ନିତ୍ୟଶ୍ରୀ ନାୟକ, ଲିନା ନନ୍ଦିତା ପରିଡା, ପ୍ରଭାସିନୀ ବେହେରା, ପିଣ୍ଟୁ ନାୟକ, ଅମିତ ପଣ୍ଡା, ପରମେଶ୍ୱର ନାୟକ, ଭାବରଞ୍ଜନ ବେହେରା ,ରାଜେଶ ପରିଡା,ପ୍ରଭାତ ପ୍ରଧାନ, ଶୁଭମ ରୋହିଲା ପ୍ରମୁଖ ଉପସ୍ଥିତ ଥିଲେ ।