ମାହାଙ୍ଗାବାସୀଙ୍କ ମନ କିଣିଲେ ସୋଭନ କର ।

ମାହାଙ୍ଗା( ବସୁନ୍ଧରା) ମାହାଙ୍ଗାର ବର୍ଷିୟାନ ମନ୍ତ୍ରୀ ତଥା ପୂର୍ବତନ ବାଚଷ୍ପତି ସ୍ୱର୍ଗତ ଶରତ କୁମାର କରଙ୍କ କନିଷ୍ଟ ପୁତ୍ର ଶୋଭନ କର ଆଜି ମାହାଙ୍ଗା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଳାରେ ଯୋଗ ଦେଇଥିଲେ । ଭଉଁରିଆ ମେଳାରେ ଶାରଳା ମେଳା, ରାହାଣିଆ ଗ୍ରାମପଂଚାୟତରେ ସିଦ୍ଧମଠ ଠାରେ ଅନୁଷ୍ଠିତ ହୋଇଥିବା ପୁଷଅଭିଶେକ ଓ କୋଳିଅଠାରେ ଠାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

ଏହାସହ ସଲରା ଗ୍ରାମର ସମାଜସେବୀ ବୃନ୍ଦାବନ ସୂତାରଙ୍କ ଗତ ମଙ୍ଗଳବାର ଦିନ ଦେହାନ୍ତ ହୋଇଥିଲା । ଶ୍ରୀ ସୋଭନ ଶୋକ ସନ୍ତପ ପରିିିବାରକୁ ଭେଟି ସମବେଦନା ଜଣାଇଥିଲେ ।

ପରିଶେଷରେ ଉଷୁମା ମହାଦେବ ପଡିଆ ଠାରେ ଅନୁଷ୍ଠିତ ହୋଇଥିବା କି୍ରକେଟ ଫାଇନାଲ ମ୍ୟାଚରେ ଯୋଗଦାନ କରିବା ସହ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ ।


ନିକଟରେ ସୋଭନ କର ଆଇଆରଏସ ଚାକିରୀରୁ ଭିଆରଏସ ନେଇଥିବା ବେଳେ ସେ କେଉଁ ଦଳରେ ଯୋଗ କରିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.