ଚଳିତ ରେଳ ବଜେଟ ପାଇଁ ଓଡିଶା ଦାବି କଲା ୭୨୦୦ କୋଟି ଟଙ୍କା ।

ଭୁବନେଶ୍ୱର,(ବସୁନ୍ଧରା): ରେଳ ବଜେଟରେ ଓଡିଶାର ଦାବି ନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର ଦୁଇଟି ପାର୍ଟରେ ରେଳ ବଜେଟ୍ ଦାବି ଉପସ୍ଥାପନ କରିଛନ୍ତି । ଚଳିତ ରେଳ ବଜେଟ ପାଇଁ ଓଡିଶା ଦାବି କରିଛି ୭୨୦୦ କୋଟି ଟଙ୍କା । ପୁରୁଣା ପ୍ରକଳ୍ପ ପାଇଁ ୩୫୦୦ ଓ ନୂଆ ପ୍ରକଳ୍ପ ପାଇଁ ୩୭୦୦ କୋଟି ଟଙ୍କାର ଦାବି କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ ହୋଇଛି । ରେଳ ବଜେଟରେ ଓଡିଶାର ଦାବି ପୂରଣ ହେବା ଦରକାର । ବିଭିନ୍ନ ରେଳ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡିଛି ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ ନିଜର ପ୍ରତିକିୟାରେ କହିଛନ୍ତି ।

Leave A Reply

Your email address will not be published.

two + two =