୯ ଯାଏଁ ‘ଗାନ୍ଧିମାର୍ଗ’ ମନା

ଭୁବନେଶ୍ୱର(ବସୁନ୍ଧରା): ଆଜି ସକାଳ ସାଢ଼େ ୬ଟାରୁ ୯ଟା ଯାଏଁ ରାଜଧାନୀର ‘ଗାନ୍ଧିମାର୍ଗ’ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ । ୭୨ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପ୍ରାୟ ଅଢ଼େଇ ଘଣ୍ଟା ଯାଏଁ ସେଠାରେ ଉତ୍ସବ ଚାଲିବ । ଉକ୍ତ ରାସ୍ତା ଦେଇ ଯିବାକୁ ଥିବା ଲୋକମାନେ ଅନ୍ୟ ରାସ୍ତାରେ ଯାଇପାରିବେ । କମିଶନରେଟ୍‌ ପୁଲିସ ଏହି ସୂଚନା ଦେଇଛି ।

ସକାଳୁ ଉକ୍ତ ରାସ୍ତାରେ ଟ୍ରାଫିକ୍‌ କଟକଣା ଆରମ୍ଭ ହୋଇଛି । ଏଥିପାଇଁ ସ୍ୱତନ୍ତ୍ର ଟ୍ରାଫିକ୍‌ ରୁଟ୍‌ ଧାର୍ଯ୍ୟ କରାଯାଇଛି । ସକାଳ ସାଢେ ୬ଟାରୁ ସକାଳ ୯ଟା ପର୍ଯ୍ୟନ୍ତ କୌଣସି ଗାଡି଼ ମହାତ୍ମାଗାନ୍ଧୀ ମାର୍ଗ ଦେଇ ଯିବା ଆସିବା କରିପାରିବନି । ସ୍ୱତନ୍ତ୍ର ଭାବେ ଅନୁମତି ତଥା ପାସ୍‌ ଥିବା ଗାଡ଼ି ଏହି ରାସ୍ତା ଦେଇ ଉତ୍ସବସ୍ଥଳକୁ ଯାଇପାରିବ ।

ସକାଳ ସାଢେ ୮ଟା ସମୟରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଜାତୀୟ
ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ।

Leave A Reply

Your email address will not be published.