କୋଭିଡ୍ କଟକଣା ମାନି ଶାଗବାରୀ ପ୍ରାଥମିକ ବିଦ୍ୟାଳୟରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ।


କଲମପୁର ,( ବସୁନ୍ଧରା) : କଲମପୁର ବ୍ଲକ ଶାଗବାରି ପ୍ରାଥମିକ ବିଦ୍ୟାଳୟରେ କୋଭିଡ଼ କଟକଣା ର ସମସ୍ତ ନିୟମ ମାନି ୭୨ ତମ ସାଧାରଣତନ୍ତ୍ର ଦିବସ ଛାତ୍ରଛାତ୍ରୀ ଙ୍କ ଅନୁପସ୍ଥିତ ରେ ପାଳିତ ।

ଏହି କାର୍ଯ୍ୟକ୍ରମ ରେ ମୋ ସ୍କୁଲ କାର୍ଯ୍ୟକ୍ରମ ତରଫରୁ ଗ୍ରାମର ଅଙ୍ଗନୱାଡି କର୍ମୀ ଶ୍ରୀମତୀ ମାଧବୀ ଗୁରୁ ଓ ଆଶାକର୍ମୀ ଶ୍ରୀମତୀ ସୋଭାସୀନି ସାହୁ ଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଲମପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶ୍ୟାମ ପ୍ରସାଦ ମିଶ୍ର ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବିନୋଦ ବିହାରୀ ପଟ୍ଟନାୟକ , ସହ ଶିକ୍ଷକ ଶ୍ରୀ ଘନଶ୍ୟାମ ନାଏକ,ତୁଲାରାମ ମାଝୀ, ସଞ୍ଜୟ ରଣା,ସହ ସ୍କୁଲ ପରିଚାଳନା କମିଟି ର ସଭାପତି ଶ୍ରୀ ସୁଶାନ୍ତ କୁମାର ସାହୁ, ସଭ୍ୟ ଶ୍ରୀ ଗଜିନ୍ଦ୍ର ସାହୁ, ହିରମଣୀ ଜାଲ, ସନ୍ତୋଷି ମାଝୀ,ତଥା ଗ୍ରାମର ରାଧାକୃଷ୍ଣ ଯୁବ ପରିଷଦ ର ସଭାପତି ହିମାଂଶୁ ଶେଖର ସାହୁ,ସମ୍ପାଦକ ରଞ୍ଜନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଶେଷରେ ପ୍ରଧାନଶିକଷକ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ ସଭାକାର୍ଯ୍ୟ ଶେଷ କରିଥିଲେ ।
କଲମପୁର ରୁ ରଞ୍ଜନ କୁମାର ସାହୁ ଙ୍କ ରିପୋର୍ଟ ।

Leave A Reply

Your email address will not be published.