ଭୁବନେଶ୍ୱର,(ବସୁନ୍ଧରା): ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକ ଶେଷ ହୋଇଛି । ବୈଠକ ପରେ ବିଜେଡି ସଂସଦୀୟ ଦଳ ନିଷ୍ପତ୍ତି ନେଇଛି ଯେ, ସଂସଦରେ ଏମଏସପି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇବ ଦଳ । ରେଲୱେ, ଜିଏସଟି ପ୍ରସଙ୍ଗ ମଧ୍ୟ ବିଜେଡି ଉଠାଇବ । ବିଧାନ ପରିଷଦ ଓ ମହାନଦୀ ପ୍ରସଙ୍ଗ ମଧ୍ୟ ଉଠାଯିବ । କୋଲ ରୟାଲିଟି, ମହିଳା ସଂରକ୍ଷଣ ପ୍ରସଙ୍ଗ ମଧ୍ୟ ରଖିବ ଦଳ । କୋଶଳୀ ଓ ହୋ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ଦାବି ହେବ । ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରସଙ୍ଗ ରଖିବ ଦଳ । ଏନେଇ ବୈଠକ ଶେଷ ହେବା ପରେ ସାଂସଦ ସସ୍ମିତ ପାତ୍ର କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post