ସଡ଼କ ସୁରକ୍ଷା ସପ୍ତାହର ଉଜ୍ଜପନୀ ଉତ୍ସବ ପାଳିତ।

ଢେଙ୍କାନାଳ,(ବସୁନ୍ଧରା):ଢେଙ୍କାନାଳ ସହର ର ମିନିସ୍ଟଡିୟମ ଠାରେ ସଦକ ସୁରକ୍ଷା ସପ୍ତାହର ଉଜପନି ଉସ୍ଛବ ଢେଙ୍କାନାଳ ଆଞ୍ଚଳିକ ପରିବହନ ସଂସ୍ଥା ଦ୍ୱାରା ପାଳିତ ହୋଇଯାଇଛି । ଏହି ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ କୋରିନହା ବ୍ୟାପାସ ଠାରୁ ଏକ ସାଇକେଲ ରାଲି ବାହାରି ମିନି ଷ୍ଟାଡିଉମ ପର୍ଯ୍ୟନ୍ତ ଆସିଥିଲା । ଏହି ଉସ୍ଛବ ରେ ରୋଡ଼ ସେପ୍ଟି ଉପରେ ଦାସକାଠିଆ, ଚିତ୍ରଙ୍କନ ଏବଂ ଏକ ନାଟକ ପରିବେଷଣ କରାଯାଇଥିଲା ।

ଅତିଥିମାନଙ୍କୁ ସ୍ୱାଗତ ଭାଷଣ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ମାଝୀ ଦେଇଥିଲେ ।ଏହି ଉସ୍ଛବ ରେ ମୁଖ୍ୟ ଅତିଥିରୁପେ ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା, ଜିଲ୍ଳା ଗ୍ରାମ୍ୟ ଉର୍ଣ୍ଣାୟନ ସଂଥା ର ପ୍ରକଳ୍ପ ନିର୍ଦେଶକ ନରୋତ୍ତମ ବେହେରା ଯୋଗ ଦେଇଥିଲେ ।

ଜିଲ୍ଲାପାଳ ମହୋଦୟ ସର୍ବସାଧାରଣଙ୍କ ଟ୍ରାଫିକ ନିୟମ ମାନି ଗାଡି ଚଳାଇବାକୁ ବିନୀତ ଅନୁରୋଧ କରିଛନ୍ତି ।ଏହି ସଭାରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର ବିଜୟୀ ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା । ପରିଶେଷରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଦେବାଶିଷ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.