ମାଓବାଦୀମାନେ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ଡିଜିପି ଅଭୟ ।

ଭୁବନେଶ୍ୱର, (ବସୁନ୍ଧରା): ମାଓବାଦୀମାନେ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ଡିଜିପି ଅଭୟ । ସାଧାରଣତନ୍ତ୍ର ପାଳନ ନେଇ ପ୍ରସ୍ତୁତି ଅବସରରେ ଡିଜିପି ମାଓବାଦୀଙ୍କୁ ଏହି ବାର୍ତ୍ତା ଦେଇଛନ୍ତି । ଏଥିସହ ଚଳିତ ସାଧାରଣତନ୍ତ୍ର ଦିବସ ପରେଡରେ ସ୍କୁଲ ପିଲାମାନଙ୍କୁ ମିସ କରିବେ ବୋଲି ଡିଜିପି ପ୍ରକାଶ କରିଥିଲେ ।

ସାଧାରଣତନ୍ତ୍ର ଦିବସ ପରେଡରେ ସିଆରପିଏଫ, ଓଏସଏଫ, ଆଇଆରବି, ଓଏସପି ଆଦି ୧୪ଟି କଣ୍ଟିଜେଣ୍ଟ ଭାଗନେବେ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପରେଡ ସ୍ଥଳରେ ୨୫ ପ୍ଲାଟୁନ ପୋଲିସ ସହ ୧୫୦ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ଡିଜିପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.