ଭୁବନେଶ୍ୱର, (ବସୁନ୍ଧରା): ଦୀର୍ଘଦିନ ବନ୍ଦ ରହିବା ପରେ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିବ ଭିତରକନିକା । କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟକୁ ବନ୍ଦ ରଖାଯାଇଥିଲା । ଆଜିଠାରୁ କଟକଣା ମାନି ଭିତରକନିକାରେ ପର୍ଯ୍ୟଟକମାନେ ବୁଲିପାରିବେ । ଗଣନା କାର୍ଯ୍ୟକୁ ସୁରୁଖୁରୁରେ ସାରିବା ପାଇଁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଥିଲା । ତେବେ ଅଭୟାରଣ୍ୟ ମଧ୍ୟକୁ ୫୦୦ ପର୍ଯ୍ୟଟକଙ୍କୁ ପ୍ରବେଶ ନିଷ୍ପତ୍ତିକୁ କୋହଳ କରିବାକୁ ବନ ବିଭାଗ ପକ୍ଷରୁ ପର୍ଯ୍ୟଟନ ବିଭାଗକୁ ଅନୁରୋଧ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Next Post